ପ୍ରଥମ ବୈତରଣୀ ସାହିତ୍ୟ ଉତ୍ସବ
ଉଦ୍ଘାଟିତଓଡ଼ିଶା ସାହିତ୍ୟ ଏକାଡେ଼ମୀ, ଜିଲ୍ଲା ସଂସ୍କୃତି ବିଭାଗ, କେନ୍ଦୁଝର ଏବଂ ଓଡ଼ିଆ ଭାଷା ସାହିତ୍ୟ ବିଭାଗ , ଆନନ୍ଦପୁର ମହାବିଦ୍ୟାଳୟ ସହଯୋଗରେ ଏହି ବିଦ୍ୟାଳୟ ସମ୍ମିଳନୀ ଗୃହରେ ପ୍ରଥମ ବୈତରଣୀ ସାହିତ୍ୟ ଉତ୍ସବ-୨୦୨୪ ଉଦ୍ ଘଟିତ ହୋଇଯାଇଅଛି । ଏହି ଅବସରରେ ଶ୍ରୀଯୁକ୍ତ ବିଜୟାନନ୍ଦ ସିଂହ , ପ୍ରାକ୍ତନ ଆବାହକ , ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ, ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ଏବଂ ମୁଖ୍ୟ ବକ୍ତା ଭାବରେ ପ୍ରଫେସର ତଥା ସଦସ୍ୟ , କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଶ୍ରୀଯୁକ୍ତ ବିଜୟ ଶତପଥୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ବେହେରା, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କେନ୍ଦୁଝରର ସ୍ଵତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ବାରିକ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଶିଶିର ବେହେରା , ଓଡ଼ିଶା ଖଣି ନିଗମ, ଦୈତାରିର ସି ଏସ ଆର୍ ମୁଖ୍ୟ , ଚନ୍ଦନ କୁମାର ବାରିକ, ବିଭାଗୀୟ ମୁଖ୍ୟ , ଆନନ୍ଦପୁର ମହାବିଦ୍ୟାଳୟ ର ଶ୍ରିଲେଖା ସାହୁ ଯୋଗ ଦେଇଥିଲେ । ଏଥିରେ ଆନନ୍ଦପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ମିଶ୍ର ପୌରହିତ୍ୟ କରିଥିଲେ । ତ୍ରିଲୋଚନ ସାହୁଙ୍କ ସମ୍ପାଦିତ “ମୋ ସଂସ୍କୃତି” ପତ୍ରିକା, କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ “ଶେଷ ସ୍ବପ୍ନ”, ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ଅମିୟ ବେଜ୍ ଙ୍କ “କଥା ଓ ଅନ୍ୟାନ୍ୟ ଗଳ୍ପ”, ପ୍ରଶାନ୍ତ କୁମାର ଦାସଙ୍କ “ସନ୍ଧ୍ୟା ବୁଲେଟିନ୍ ” ଶ୍ରୀ ତ୍ରିଲୋଚନ ସାହୁଙ୍କ ଲିଖିତ ପଦ୍ମଶ୍ରି ମାଗୁଣି ଚରଣ କୁଅଁର ଙ୍କ ଜୀବନୀ ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଉନ୍ମୋଚିତ ହୋଇଥିଲା, ନିବେଦିତା ଖବର କାଗଜର ପଞ୍ଚମ ବର୍ଷର ତୃତୀୟ ସଂସ୍କରଣ, ନେକ୍ସ ଇଣ୍ଡିଆ ଜୋର୍ଣ।ଲ୍ ର ପଞ୍ଚମ ସଂଖା ଉନ୍ମୋଚିତ ହୋଇଥିଲା । ଗାଳ୍ପିକ ଅମିୟ ବେକ୍ ଙ୍କୁ ବୈତରଣୀ ଗଳ୍ପ ସମ୍ମାନ, ଶ୍ରୀଯୁକ୍ତ ଶିଶିର ବେହେରାଙ୍କୁ ବୈତରଣୀ ପ୍ରବନ୍ଧ ସମ୍ମାନ ଏବଂ ଶ୍ରୀମତୀ ସୁଜାତା ମହାପାତ୍ରଙ୍କୁ ବୈତରଣୀ ଉପନ୍ୟାସ ସମ୍ମାନ ପ୍ରଦାନ କରାଯାଇଥିଲା । ଅନିଲ କୁମାର ସାହୁ ମଞ୍ଚ ସଂଯୋଜନା କରିଥିଲେ ଏବଂ ଅଧ୍ୟାପକ ରଘୁଦିପ୍ତି ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଦିତୀୟ ଅଧିବେଶନରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର କେନ୍ଦୁଝର ଜିଲ୍ଲାର ସଦସ୍ୟ ଶ୍ରୀଯୁକ୍ତ ଧିରେନ୍ ମହାନ୍ତି, ସୁଶ୍ରୀ ଲକ୍ଷ୍ମୀପ୍ରିୟା ନାୟକ,ପ୍ରବାଚକ ସରୋଜ କୁମାର ସାହୁ, ପାଲା ଗାୟିକା ପ୍ରଜ୍ଞା ରାଉତ,ଯୋଗ ପ୍ରଶିକ୍ଷକ ବଳଦେବ ପତି ଯୋଗ ଦେଇ ଆଧୁନିକ ସମାଜରେ ଆଧ୍ୟାତ୍ମିକ ଚେତନା ବିଷୟରେ ଆଲୋଚନା କରିଥିଲେ ।ତ୍ରିଲୋଚନ ସାହୁ ମଞ୍ଚ ସଂଯୋଜନା କରିଥିଲେ ।ତୃତୀୟ ଅଧିବେଶନରେ ବିଶିଷ୍ଟ ପ୍ରାବନ୍ଧିକ ହଳଧର ପଣ୍ଡା , ଅଧ୍ୟାପକ ରଘୁଦିପ୍ତି ନାୟକ ଯୋଗ ଦେଇ ଓଡ଼ିଆ ସାହିତ୍ୟ ରେ ଅସ୍ମିତା ବିଷୟରେ ଆଲୋଚନା କରିଥିଲେ । ଏହି ଅଧିବେଶନକୁ କବି ଦୀପକ କୁମାର ସ୍ବାଇଁ ସଂଯୋଜନା କରିଥିଲେ । କବିତା ଉତ୍ସବ କାର୍ଯ୍ୟକ୍ରମରେ ପାଖାପାଖି ୫୦ ରୁ ଉର୍ଦ୍ଧ୍ବ କବି , ଛାତ୍ରଛାତ୍ରୀ ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ ।ଏହି ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ତଥା କବିତା ଉତ୍ସବ କୁ କବି ନାରାୟଣ ମହାଳିକ, ସରୋଜ କୁମାର ସାହୁ ଏବଂ ଶୋଭନା ଜେନା ସଂଯୋଜନା କରିଥିଲେ ।ଆୟୋଜନ ତ୍ରିଲୋଚନ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଏବଂ କୃତଜ୍ଞତା ଜଣାଇଛନ୍ତି ।ସଞ୍ଜୟ କୁମାର ଓଝା, ଦୀପକ କୁମାର ସ୍ବାଇଁ, ରମାକାନ୍ତ ଓଝା, ରଞ୍ଜିତ ନୟନ, ରାଜକିଶୋର ବାରିକ, ଦେବାନନ୍ଦ ଦେହୁରୀ, ନାରାୟଣ ଦେହୁରୀ, ଅନିଲ କୁମାର ସାହୁ, ସରୋଜ କୁମାର ସାହୁ, ପ୍ରସନ୍ନ ନାହାକ ସହଯୋଗ କରିଥିଲେ l
