ପୁରୀ ଲୋକନାଥ ରୋଡ ସ୍ଥିତ ସାରସ୍ବତ ବିଦ୍ୟା ନିକେତନର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ

ଅଦ୍ୟ ତା 11:2:26 ରିଖ ପୁରୀ, ଲୋକନାଥ ରୋଡ଼ ସ୍ଥିତ ଶ୍ରୀ ଶ୍ରୀ ନିଗମାନନ୍ଦ ବିଭାଗୀୟ ସାରସ୍ୱତ ଆଶ୍ରମ ପରିସରସ୍ଥ ସାରସ୍ୱତ ବିଦ୍ୟାନିକେତନ ର ନୂତନ ପରିଚାଳନା କମିଟି ପ୍ରଥମ ବୈଠକ ଦିବା ଦଶ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା , ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ଙ୍କ CONTC NO 5174 /2025 ଓ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଚିଠି ନମ୍ବର : 3375 ତା 6:2:25 ଓ DEO PURI ମହୋଦୟଙ୍କ ଚିଠି ନମ୍ବର 1534/ତା 9:2:2026 ଅନୁଯାଇ ଆସାମ ବାଙ୍ଗୀୟ ସାରସ୍ୱତ ମଠ କୋକିଳାମୁଖ ର ମାନନୀୟ ଟ୍ରଷ୍ଟି ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ ମହୋଦୟ. ଏବଂ ଉକ୍ତ କମିଟି ନୂତନ ସଭାପତି ସ୍ୱାମୀ ସଦାନନ୍ଦ ସରସ୍ବତୀ, ସମ୍ପାଦକ ଶ୍ରୀ ଯୁକ୍ତ ଆଶିଷ କୁମାର ପାଣିଗ୍ରାହୀ, ସଭ୍ୟ ବୃନ୍ଦ :- ନଳିନୀ କାନ୍ତ ତରାସିଆ, ରମେଶ ଚନ୍ଦ୍ର ସାହୁ, ଶ୍ରୀମତୀ ସରସ୍ବତୀ ସାହୁ, ଜଗନ୍ନାଥ ବେହେରା, ଦାମୋଦର ଦାସ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ସାମନ୍ତରାୟ ପ୍ରମୁଖ ସଦସ୍ୟ ଗଣ ବିଦ୍ୟାଳୟ ପରିଦର୍ଶନ କରିବା ସହ, ଅନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କରିବା ପାଇଁ ପ୍ରତିଶୃତି ବଦ୍ଧ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଜଣାଇଥିଲେ, ଉକ୍ତ ଅନୁଷ୍ଠାନ ଟି ଆସାମ ବାଙ୍ଗୀୟ ସାରସ୍ୱତ ମଠ କୋକିଳାମୁଖ ଦ୍ୱାରା ପ୍ରତିଷ୍ଠା କରାଯାଇ ରୁଷି ବିଦ୍ୟାଳୟ ଢାଞ୍ଚା ରେ ପ୍ରତିଷ୍ଠିତ ହୋଇଛି

Leave a Reply

Your email address will not be published. Required fields are marked *