ପ୍ରଥମ ରାଜ୍ୟ ସ୍ତରୀୟ ଟି -ଟ୍ୱେଣ୍ଟି କୋଣାର୍କ କପ କ୍ରିକେଟ ଟୁର୍ଣ୍ଣାମେଂଟ

ପ୍ରଥମ ରାଜ୍ୟ ସ୍ତରୀୟ ଟି -ଟ୍ୱେଣ୍ଟି କୋଣାର୍କ କପ କ୍ରିକେଟ ଟୁର୍ଣ୍ଣାମେଂଟ ।

କୁଭେନାଇଲ ସ୍ପୋର୍ଟିଂକୁ ୨୮ରନରେ ହରାଇ ରାମେଶ୍ବର ସ୍ପୋର୍ଟିଂ, ଭୁବନେଶ୍ୱର ସେମି ଫାଇନାଲରେ ।

କୋଣାର୍କ ତା ୨୪-୦୪-୨୪ କୋଣାର୍କ ସ୍ପୋର୍ଟସ ଏକାଡେମୀ ପକ୍ଷରୁ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ପ୍ରଥମ ରାଜ୍ୟ ସ୍ତରୀୟ କୋଣାର୍କ କପ ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଂଟର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ କଟକ ଜୁଭେନାଇଲ ସ୍ପୋଟିଂକୁ ୨୮ରନରେ ହରାଇ ଭୁବନେଶ୍ୱରର ରାମେଶ୍ବର ସ୍ପୋଟିଂ ସେମିଫାଇନାଲ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭୁବନେଶ୍ୱର ରାମେଶ୍ବର ସ୍ପୋଟିଂ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୪ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସୁବାଶିସ ମଲ୍ଲିକ ୩୬ବଲ ରେ ୫୪ ରନ ,ସାରାଂଶ କୁମାର ୪୩ ରନ ସଂଗ୍ରହ କରିଥିଲେ । ଜୁଭେନାଇଲ ପକ୍ଷରୁ ପ୍ରୀୟାଂଶୁ ମହାନ୍ତି ସର୍ବାଧିକ ୪୨ରନ ଦେଇ ତିନି ୱିକେଟ ନେଇଥିଲେ । ଜବାବରେ ରାମେଶ୍ବର ୧୮ ଓଭର ରେ ସମସ୍ତ ୱିକେଟ ହରାଇ ୧୩୪ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଭାଗିରଥି ବେହେରା ସର୍ବାଧିକ ୨୯ ରନ , ପ୍ରୀୟାଂସୁ ମହାନ୍ତି ୨୮ରନ ସଂଗ୍ରହ କରିଥିଲେ । ରାମେଶ୍ବର ପକ୍ଷରୁ ନିରଞ୍ଜନ ଗୌଡ ୩ ୱିକେଟ ଆକ୍ତିକାର କରିଥିଲେ । ରାମେଶ୍ୱର ସ୍ପୋଟିଂର ସୁବାସିଶ ମଲ୍ଲିକ ମ୍ୟାନ ଅଫ୍ ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବାଙ୍ଗାଲୋରରେ କାର୍ଯ୍ୟରତ ପ୍ରବାସୀ ଓଡ଼ିଆ ସମାଜସେବୀ ତଥା ଇଁ ରଣଜିତ୍ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ମନୋଜ ଦାସ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ ।ପ୍ରମୋଦ ସିହ୍ନା ,ଦେବେନ୍ଦ୍ର ମିଶ୍ର କ୍ୱାର୍ଟର ଫାଇନାଲ ମ୍ୟାଚ୍ କୁ ପରିଚାଳନା କରିଥିଲେ । ରାଜେନ୍ଦ୍ର ଦଳାଇ , ପିନାକୀ ନାୟକ , ଜ୍ଞାନ ରଞ୍ଜନ ବିଶ୍ଵାଳ ସ୍କୋର ବୋର୍ଡ ପରିଚାଳନା କରିଥିଲେ । ଉଦଘୋଷକ ଭାବେ ପ୍ରଶାନ୍ତ ପାତ୍ର ,ଦେବାଶିଷ ତ୍ରିପାଠୀ ଦାୟିତ୍ଵ ସମ୍ପର୍ନ୍ନ କରିଥିଲେ । ୨୫ତାରିଖ ରେ କଟକ ରାଇଜିଂ ଷ୍ଟୁଡେଣ୍ଟ୍ ଓ ରାଉରକେଲା ସ୍ପୋର୍ଟ୍ସ ଏକାଡେମୀ ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *