ମାଛ ମଡ଼କ
– ପାରାଦୀପ ବଟନଦୀରେ ମାଛ ମଡ଼କ l ମରି ଭାସୁଛନ୍ତି ଟନ ଟନ ବିଭିନ୍ନ ପ୍ରଜାତିର ମାଛ l ଏହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିକଟରେ ରହିଥିବା ଜନବସତୀ ଅଞ୍ଚଳ ରୁ ଆସୁଥିବା ଡ୍ରେନ ପାଣି ଓ ବିଭିନ୍ନ ରାସାୟନିକ ବର୍ଜ୍ୟଜଳ ନଦୀରେ ମିଶିବା କାରଣରୁ ମାଛ ମରି ଭାସୁଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳ ବାସି l ପାରାଦୀପ ଅଞ୍ଚଳ ର ବିଭିନ୍ନ ନଦୀରେ ବିଭିନ୍ନ ସମୟରେ ମାଛ ମଡ଼କ ଘଟୁଥିବା ସାମ୍ନାକୁ ଆସିଥିଲେ ମଧ୍ୟ ଏଥିପ୍ରତି ସ୍ଥାନୀୟ ପ୍ରଦୂଷଣ ବିଭାଗ ଓ ପ୍ରଶାସନ ଦୃଷ୍ଟି ଗୋଚର କରୁ ନ ଥିବା ନେଇ ସ୍ଥାନୀୟ ଅଧିବାସୀ କହିଛନ୍ତି l ବଟ ନଦୀରେ ବିଗତ ଡିସେମ୍ବର ମାସରେ ମଧ୍ୟ ମାଛ ମଡ଼କ ଘଟିଥିବା ବେଳେ ଆଜିର ମାଛ ମଡ଼କ ସ୍ଥାନୀୟ ଅଧିବାସୀ ମାନଙ୍କୁ ବିଚଳିତ କରିଛି l ପାରାଦୀପ ଅଞ୍ଚଳ ରେ ପ୍ରାୟତଃ କୈବର୍ତ୍ତ ଶ୍ରେଣୀର ଲୋକମାନେ ବିଭିନ୍ନ ନଦୀରେ ମାଛ ଧରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି l ବୃଦ୍ଧି ପାଉଥିବା ଶିଳ୍ପସଂସ୍ଥା ର ରାସାୟନିକ ବର୍ଜ୍ୟଜଳ ଓ ନିକଟରେ ବସ୍ତି ଅଞ୍ଚଳ ରୁ ଆସୁଥିବା ଡ୍ରେନପାଣି ପାଇଁ ମାଛ ମରିଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି l ତେବେ ବଟନଦୀରେ ମାଛ ମଡ଼କ କୁ ନେଇ ସ୍ଥାନୀୟ ପ୍ରଦୂଷଣ ବିଭାଗ ନଦୀ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରିବା ସହିତ ମାଛ ମଡ଼କ ର କାରଣ ଖୋଜି ବାହାର କରି ଏହାର ସମାଧାନ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସି l ପ୍ରଦୂଷଣ ବିଭାଗ ତରଫରୁ ପାରାଦୀପ ର ବିଭିନ୍ନ ନଦୀ ଜଳକୁ ପରୀକ୍ଷା କରିବା ସହିତ ଏହାର ପ୍ରକୃତ କାରଣ ଖୋଜି ଜଳ ପ୍ରଦୂଷଣ ଉପରେ ରୋକ ଲଗାଇଲେ ମାଛଧରି ପରିବାର ପ୍ରତିପୋଷଣ କରୁଥିବା କୈବର୍ତ୍ତ ପରିବାର ଉପକୃତ ହେବାନେଇ କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ
ଜଗତସିଂହପୁର ରୁ Ritaସାହୁ
