ଶରଧାବାଲି ଠାରେ ଚାଲିଥିବା ୨ ଦିନିଆ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ପୁରୀପୁରୀ ୨୨/୧୧ ଶରଧାବାଲି ଠାରେ ଚାଲିଥିବା ୨ ଦିନିଆ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜି ଉଦଯାପିତ ହୋଇ ଯାଇଛି। ଶେଷ ଦିନ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ କୁମାର ବେହେରା ଏହି ମେଳା ମତ୍ସ୍ୟ ଓ ପ୍ରାଣି ସମ୍ପଦରେ ରୁଚି ରଖୁଥିବା ଚାଷୀ ମାନଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇ ପାରିବ ବୋଲି କହିଥିଲେ।ପୂର୍ବାପେକ୍ଷା ବର୍ତ୍ତମାନ ର କୃଷି ରେ ବୈଷୟିକ ଜ୍ଞାନ,କୌଶଳ ଓ ଆଧୁନିକ ପ୍ରକ୍ରିୟା ର ପ୍ରୟୋଗ ଅଧିକ ହେଉଛି।ଏକ ସମୟରେ ଗୋଟିଏ ସ୍ଥାନରେ ଏକାଧିକ ଚାଷ ବା ଇଣ୍ଟିଗ୍ରେଟେଡ ଫାର୍ମିଂ ପାଇଁ ଏବେ ସମସ୍ତେ ଆଗ୍ରହୀ।ଏହା ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ସହ ପରିଚୟ ମଧ୍ୟ ଦେଉଛି ବୋଲି ସେ ମତ ଦେବା ସହ ଏହି ମେଳା ଚାଷୀ ମାନଙ୍କୁ ସେମାନଙ୍କ ଅନେକ ପ୍ରଶ୍ନ

ଓ ସମସ୍ୟା ସମାଧାନ ରେ ସହାୟକ ହୋଇ ପାରିଛି ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବେ ବୈଜ୍ଞାନିକ ଡଃ ଅମ୍ବିକା ପ୍ରସାଦ ନାୟକ ବର୍ତ୍ତମାନ ଚାଷୀ ମାନଙ୍କ ପାରମ୍ପରିକ ଚାଷ ପ୍ରଣାଳୀ ରେ ପରିବର୍ତ୍ତନ ସହ ସମନ୍ବିତ ଚାଷ ପ୍ରତି ଆଗ୍ରହ ବୃଦ୍ଧି ଏକ ଶୁଭ ଲକ୍ଷଣ।ତାହାର ବିକାଶ ପାଇଁ ଏହି ମେଳା ସହାୟକ ହେବ ବୋଲି ସେ ମତ ଦେଇଥିଲେ।ପରେ ମତ୍ସ୍ୟ ପୋଖରୀ ପାଇଁ ଚାଷୀ ମୋନାଲିସା ଶତପଥୀ, ବାୟୋଫ୍ଲକ ମାଧ୍ୟମରେ ଚାଷ କରୁଥିବା ଚାଷୀ ଆରତୀ ପଣ୍ଡା, ପ୍ରାଣି ସମ୍ପଦ ପକ୍ଷରୁ ଡାଏରୀ ଫାର୍ମ କରିଥିବା ଅସ୍ତରଙ୍ଗ ର ମିଥୁନ ସେନାପତି ଓ ଗୋପ ବ୍ଲକର ଘୁଷୁରୀ ଚାଷ କରୁଥିବା ଚାଷୀ ଝୁନା ବେହେରା ଙ୍କୁ ଉତ୍କୃଷ୍ଟ ଚାଷୀ ଭାବେ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ କରଯାଇଥିଲା । ଏଥିରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା: ଶରତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ମେଳାର ବିଭିନ୍ନ କାର୍ଯ୍ୟ ରେ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।
