*ଫିଟ୍ ଆଣ୍ଡ ଫାଇନ୍ କ୍ଲବ୍ର ଉତ୍କଳ ଦିବସ
ଯାଜପୁର ରୋଡ଼ ଚୋରଦା କାଳୀ ପଡ଼ିଆରେ ଫିଟ୍ ଆଣ୍ଡ ଫାଇନ୍ ପ୍ରାତଃଭ୍ରମଣ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସଂଘର ସଭାପତି ସନ୍ତୋଷ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ଡ. ଦୁଷ୍ମନ୍ତ ନାୟକ, ମୁଖ୍ୟବକ୍ତା ଭାବେ ଟୋଲକାନି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇଥିଲେ l ସଂଘର ସଦସ୍ୟ ଶରତ ଚନ୍ଦ୍ର ଦାସ, ସଂଗ୍ରାମ କେଶରୀ ସିଂହ ପ୍ରମୁଖ ବକ୍ତବ୍ୟ ରଖିଥିବାବେଳେ ସମ୍ପାଦକ ଅକ୍ଷୟ କୁମାର ଦେଓ ବିବରଣୀ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ନିରଞ୍ଜନ ନାୟକ ଅତିଥିମାନଙ୍କୁ ସ୍ବାଗତ କରିଥିଲେ l ଅନିରୁଦ୍ଧ ମହାନ୍ତି ଧନ୍ୟବାଦ ଦେଇଥିଲେ l ବକ୍ତାମାନେ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ଗଠନରେ ଜନନାୟକମାନଙ୍କର ଭୂମିକା, ଐତିହ୍ୟ, ଗୌରବ ସମ୍ପର୍କରେ ଆଲୋଚନା କରିଥିଲେ l କୁନି କୁନି ପିଲାଙ୍କୁ ନୃତ୍ୟ ସଙ୍ଗୀତ ବକ୍ତୃତା ପ୍ରତିଯୋଗିତା କରି ଉତ୍କଳ ଗୌରବର ମର୍ଜ୍ୟଦା କୁ କ୍ଷ୍ୟୁର୍ଣ୍ଣ ରଖିବା ପାଇଁ ପିଲାମନଙ୍କୁ ଉଦବୋଧନ ଦେଇଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
