ଗେଲ୍ ଇଣ୍ଡିଆ କଂପାନୀର ବ୍ୟବହୃତ ମେସିନକୁ କଟର ସାହାଯ୍ୟରେ କାଟି ନେଉଥିବାବେଳେ ଧରାପଡିଲେ ପାଞ୍ଚ୍ ଦୁର୍ବୁର୍ତ୍ତ
ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳରୁ ଭୁବନ ଦେଇ ତାଳଚେରକୁ ବିଛାଯାଇଛି ଲୁହା ପାଈପ୍ । ଯେଉଁ ପାଇପରେ ପ୍ରତି ଗ୍ରାମକୁ ଯିବ ରନ୍ଧନ ଗ୍ୟାସ । ଆଜକୁ ଦୁଇ ବର୍ଷ ହେବ ଲୁହା ପାଇପ୍ ବିଛା ସରିଥିବାବେଳେ ଠିକାଦାର ବିଭିର୍ଣ୍ଣ ଜମିରେ ଛାଡି ଯାଛନ୍ତି ବଡବଡ ବ୍ୟବହୃତ ମେସିନ । କିନ୍ତୁ ଗତକାଲୀ ମଧ୍ୟରାତିରେ ଭୁବନ ଥାନା ଗଡଗହଁପୁର ଗ୍ରାମ ନିକଟରୁ ପାଞ୍ଚ ଜଣ ଦୁର୍ବୁର୍ତ୍ତ ଗ୍ୟାସ୍ କଟର ସାହାଯ୍ୟରେ ମେସିନ କାଟୁଥିବାର ଖବର ପାଇ ଭୁବନ ପୋଲିସ ଚଢାଉ କରିଥିଲେ ଭୁବନ ପୋଲିସ ।ବିଜେଡି ଯୁବ ନେତା ଙ୍କ ସହ ପାଞ୍ଚ ଜଣଙ୍କୁ କାବୁ କରିବା ସହିତ ଗୋଟିଏ ଜେସିବି ମେସିନ, ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ବାଇକ ଜବତ କରିଥିଲେ । ଦୁର୍ବୁର୍ତ୍ତମାନେ ମେସିନରୁ କାଟିଥିବା ଲୁହା ଖଣ୍ଡର ଓଜନ ପଚାଶ କ୍ବୁଣ୍ଟାଲ ହୋଇଥିବା ଜଣାପଡିଛି । ତେବେ ସମସ୍ତ ଗ କରିଯାଇଥିଲା । ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ କାମାକ୍ଷାନଗର ବିଚାର ବିଭାଗୀୟ ହାଜତକୁ ପଠାଇଛି ଭୁବନ ପୋଲିସ । ତେବେ ଏ ସମ୍ବନ୍ଧରେ ଭୁବନ ଥାନାଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।
