ଜାପାନରେ ନିଯୁକ୍ତି ପାଇଲେ ଚନ୍ଦ୍ରଶେଖର ଏକାଡେମୀର ୫ ଛାତ୍ର
ପୁରୀ:ଜାପାନର ଆଇଟି କମ୍ପାନୀରେ ନିଯୁକ୍ତି ପାଇଛନ୍ତି ବାଲିଘାଇସ୍ଥିତ ଚନ୍ଦ୍ରଶେଖର ଏକାଡେ ମୀର ୫ ଛାତ୍ର | ସେମାନେ ଆସନ୍ତା ୧୭ ତାରିଖ ରେ ଜାପାନ ଯିବେ। ଗତ ୨ବର୍ଷ ଧରି ଜାପାନ ଭାଷା ଓ ଆଇଟି ପାଠ୍ୟକ୍ରମରେ କୃତକାର୍ଯ୍ୟ ହୋ ଇଥିଲେ। ଏହା ପରେ ସମ୍ପୃକ୍ତ ଛାତ୍ରମାନଙ୍କୁ ଜାପା ନର ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରିବା ଲାଗି ଚୟନ କରାଯାଇଛି। କୃତୀ ଛାତ୍ରମାନେ ହେଲେ ସୌମ୍ୟ ରଞ୍ଜନ ପାଳ , ଦୀପକ କୁମାର ଜେନା, ଶରତ ଶବର, ଲୋକନାଥ ସେଠୀ ଓ ଜି କାର୍ତ୍ତିକ ରେଡ୍ଡୀ । ଏହାକୁ ନେଇ ଏକାଡେମୀରେ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ଏକାଡେମୀର ଅଧ୍ୟକ୍ଷ ତଥା ଇଣ୍ଡିଆ – ଜାପାନ ଫ୍ରେଣ୍ଡଶିପ ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶ କୁହନ୍ତି, ଏକାଡେମୀରେ ନର୍ସରୀଠାରୁ ଯୁକ୍ତ ଦୁଇ ବିଜ୍ଞାନ ପର୍ଯ୍ୟନ୍ତ ପିଲାଙ୍କୁ ସିବିଏସ୍ଇ ପାଠ୍ୟ କ୍ରମ ସହ ମାଗଣାରେ ଜାପାନିଜ୍ ଭାଷା ଶିକ୍ଷାଦା ନ କରାଯାଉଛି। ଗ୍ରାଜୁଏସନ ହାସଲ କରିଥିବା ଛାତ୍ରମାନଙ୍କ ପାଇଁ ଏକ ସୋତନ୍ତ୍ତ ବ୍ୟବସ୍ଥା ଆଇ ଟି ସହ ଜାପାନିଜ ଭାଷା ଅଧ୍ୟୟନ କଲେ ସେମା ନଙ୍କୁ ଜାପାନରେ ଚାକିରି ମିଳିବାର ବ୍ୟବସ୍ଥା ରହି ଛି। ସମ୍ପୃକ୍ତ ୫ ଛାତ୍ରଙ୍କ କୃତିତ୍ୱ ଯୋଗୁ ଏକାଡେମୀ ଆଜି ଗର୍ବିତ | ପୁରୀ ସିଟି ବ୍ରାଣ୍ଡ ଆମ୍ବାସେଡର ତଥା ଜାପାନ ସରକାରଙ୍କର ତୋତରି ରାଜ୍ୟର ବାଣିଜ୍ୟ ପରାମର୍ଶଦାତା କୁନା ଦାଶ କୃତୀ ଛାତ୍ର ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମ ନା କରିଛନ୍ତି।
