ଜଟଣୀ ରେତଙ୍ଗ କଲୋନୀ ରୁ ପାଞ୍ଚ ଜଣ ଦୁର୍ଦ୍ଦାନ୍ତ ଡକାୟତ ଗିରଫ ଡକାୟତି ଉଦ୍ୟମ ପଣ୍ଡ
ଏକ ବିଶେଷ ସୂତ୍ରରୁ ଖବର ହସ୍ତଗତ ଆଧାରରେ ଜଟଣୀ ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ସଂପୃକ୍ତ ଥାନାର ପୋଲିସ ଟିମ ଗତ କାଲି ରାତିରେ ରେତଙ୍ଗ କଲୋନୀ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ପଛପଟେ ୫ ଜଣ ଦୁର୍ଦ୍ଦାନ୍ତ ଡକାୟତ ବିଭିନ୍ନ ମାରଣାଅସ୍ତ୍ର ଇତ୍ୟାଦି ଧରି ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ପୋଲିସ ସେମାନଙ୍କୁ କାବୁ କରିନେଇଥିଲା ।ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଗଜପତି ନଗର ଅଞ୍ଚଳର ପାପୁନି ଓରଫ ସଞ୍ଜୟ ଦାସ,ବାପୁ ଓରଫ ସୁଜିତ୍ କୁମାର ବିଶ୍ବାଳ,ଜଟଣୀ ମୁଣ୍ଡିଆ ସାହି ଅଞ୍ଚଳର ଶୟଦ୍ ଫୟାଜ,ସେଖ ଆବିଦ୍ ଓ ଜଟଣୀ ରାଜାବଜାର ଅଞ୍ଚଳର ସୋହିଲ ଖାଁ ।ତଲାସୀ ସମୟରେ ଏମାନଙ୍କ ନିକଟରୁ ଗୋଟିଏ ଖଣ୍ଡା,ଗୋଟିଏ କଟୁରୀ,ଏକ ଲୁହା ରଡ଼,ଏକ ଷ୍ଟିଲ ଚୁରି ଓ ଏକ ଲଙ୍କାଗୁଣ୍ଡ ପ୍ୟାକେଟ ଜବତ ହୋଇଥିଲା
