ପବିତ୍ର ମହରମ ପର୍ବ ପାଇଁ ଭଦ୍ରକ ପୋଲିସ ତରଫରୁ ଫ୍ଲାଗମାର୍ଚ୍ଚ !
ଆଉ ଗୋଟିଏ ଦିନ ପରେ ଶନିବାର ପାଳନ ହେବାକୁ ଥିବା ମହରମ ପର୍ବ କୁ ନେଇ ଭଦ୍ରକ ସହର ଚଳଚଞ୍ଚଳ ହୋଇପଡିଛି ଅପରପକ୍ଷରେ ସମ୍ବେଦନଶୀଳ ଭଦ୍ରକ ସହର ରେ ଏହି ପର୍ବ ପାଳନକୁ ନେଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ଜାରୀ ରହିଛି ଶାନ୍ତି ଶୃଙ୍ଖଳା ଭଙ୍ଗ କୁ ଦୃଷ୍ଟି ରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଆଜି ସଶସ୍ତ୍ର ପୁଲିସ ବାହିନୀ ର ଫ୍ଲାଗମାର୍ଚ୍ଚ ସହର ପରିକ୍ରମା କରିଛି ବିଶେଷ କରି ଚଳିତ ବର୍ଷ ଶ୍ରାବଣୀ ପର୍ବ ସହ ଏହି ପର୍ବ ପଡୁଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଦୃଷ୍ଟି ଦେବା କୁ ଏସପି ବରୁଣ ଗୁଣ୍ଡୁ ପାଲି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପୁଲିସ ବିଭାଗ ର ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ଏହା ସହିତ ୧୧୦ ଜଣ ଏସ୍ଆଇ ଓ ଏଏସ୍ଆଇ ଙ୍କୁ ନିଯୁକ୍ତି ଦିଆଯାଇଛି ୭ ଜଣ ଡିଏସପି ୨ ଜଣ ଅତିରିକ୍ତ ଏସ୍ପି ୧୯ ଜଣ ଇନ୍ସପେକ୍ଟର ୮୫ ଜଣ ହାବିଲଦାର ହୋମଗାର୍ଡ ୮୮ ଜଣକୁ ନିୟୋଜିତ କରାଯାଇଛି ଭଦ୍ରକ ସହର ନୁହେଁ ଜିଲ୍ଲାର ଅନ୍ଯାନ୍ଯ ଅଞ୍ଚଳ ରେ ପାଳନ ହେବାକୁ ଥିବା ଏହି ପର୍ବ ନେଇ ପୁଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏହାବ୍ୟତୀତ ବିଭିନ୍ନ ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ରେ ୧୧ ଟି ଷ୍ଟାର୍ଟଂ ପଏଣ୍ଟ କରାଯାଇଛି ସହରାଞ୍ଚଳ ରେ ଥିବା ୧୨ଟି ବାଇଲାଇନ ଗୁଡିକ ର ସଡକ ପଥ କୁ ସିଲ୍ କରାଯିବା ବ୍ୟବସ୍ଥା ରହିଛି ଏହା ବ୍ୟତୀତ ଏଣ୍ଟ୍ରି ରାଏଟ୍ ଭେଇକିଲ ବଜ୍ର ପୁରୁଣାବଜାର ଥାନା ନିକଟରେ ସଜାଗ ରଖା ଯିବା ସହ ଏଣ୍ଟ୍ରି ସେବୋଚେକ୍ ବାଇବମ୍ ଡିଫ୍ୟୁଜ କ୍ୟାଡର ବନ୍ଦୋବସ୍ତ କରାଯାଇଛି ଅପରପକ୍ଷରେ ଏହି ପର୍ବ ପାଳନ କୁ ନେଇ ଗତ ୨୬ ତାରିଖ ରୁ ସାହି ବସ୍ତି ଓ ମସଜିଦ ରେ ଥିବା ପଞା ଠାରେ ଫାତିଆ ଅନୁଷ୍ଠିତ ହୋଇଯାଇଛି ଆଜି ଦିନ ୨ଟା ରୁ ସଂନ୍ଧ୍ଯା ୭ ଟା ପର୍ଯ୍ୟନ୍ତ କାଜି ମହଲା ଠାରୁ ଖାନକା ସରିଫ ନଗର ପଯ୍ୟନ୍ତ ଚଦର ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ୨୯ ତାରିଖ ଦିନ ୨ଟା ରୁ ରାତ୍ରି ୧୦ ପଯ୍ୟନ୍ତ ଶୋଭାଯାତ୍ରା ସହର ପରିକ୍ରମା କାଯ୍ୟକ୍ରମ ରହିଛି ପରେ ଧର୍ମ ସଭା ଅନୁଷ୍ଠିତ ହେବ
punil Kumar Samanta reporter
