କେତକୀ ଫୁଲ
କେତକୀ ଫୁଲର ଆଜି କେଡେ ଆଦର
ଲୋଡା ହୁଏ ଥରୁଟିଏ ହେଲେ ଜାଗର ।
ଭକତ ଅର୍ପିଲେ ତାକୁ ଶିବଙ୍କ ଶିରେ
ସକଳ ଆଶା ତାହାର ତୂରିତେ ପୂରେ ।
ସାକ୍ଷୀ ରୂପେ କେତକୀ ଯେ ମିଛ କହିଲା
ସୀତା ଦେବୀଙ୍କଠାରୁ ସେ ଶାପ ପାଇଲା  ।
କେହି ଲୋଡି ବେନି ତୋତେ ମନ୍ଦିରେ ଆଉ
ତୋର ରୂପ ସୁଗନ୍ଧ ପାଇଁ ନଥିବ ଭାଉ ।
ରାମଙ୍କର ପରୀକ୍ଷା ହେତୁ ଏଭଳି ହେଲା
ଅନୁରୋଧେ ସୀତାଙ୍କଠୁ ମୁକ୍ତି ପାଇଲା ।
ଜାଗରରେ ପୂଜା ହେବ ପାଇଲା ମାଗି
ଥରୁଟିଏ ଶିବ ଶିରେ ହେବୁ ତୁ ଲାଗି |
ସେଦିନୁ ପାଉଛି ପୂଜା କେତକୀ ଫୁଲ
ମିଛ କହି ଦଣ୍ଡ ହେଲା ତାକୁ ନଭୁଲ ।
ମିଛ କହୁଥିବାରୁ ସେ ପାଇଲା ଶାପ
ସତ ନକହିଲେ କଲେ କି ହେବ ତପ ।
ମିଛୁଆ କପଟିଆ ଆଦି ଯେତେକ ଜନ
ତାଙ୍କୁ ଦୂରେଇ ରହିବ ଏ କଥାଟି ଜାଣ ।
ଦୀନବନ୍ଧୁ ପୋଇ
ଗୋରଡା ପାଳ, କରମୂଳ,
ଢେଙ୍କାନାଳ , ଦୂରଭାଷ – ୯୯୩୮୮୦୨୪୧୨

Leave a Reply

Your email address will not be published. Required fields are marked *