ଏଫଏମ କଲେଜ ପୀଡ଼ିତାଙ୍କୁ ମିଳୁ ଉଚିତ ନ୍ୟାୟ, ସାରା ଓଡ଼ିଶାରେ ଜଳୁଛି ପ୍ରତିବାଦର ନିଆଁ।
ଆଜି ତା: ୧୫/୦୭/୨୫ ଏଫଏମ କଲେଜ ପୀଡ଼ିତାଙ୍କୁ ମିଳୁ ଉଚିତ ନ୍ୟାୟ, ସାରା ଓଡ଼ିଶାରେ ଜଳୁଛି ପ୍ରତିବାଦର ନିଆଁ। ବାଲେଶ୍ୱର ଏଫଏମ କଲେଜ ପୀଡ଼ିତାଙ୍କ ପ୍ରତି ହୋଇଥିବା ସରକାରଙ୍କ ଦାୟିତ୍ବହୀନତା ଓ ବ୍ୟବସ୍ଥାଗତ ଅନ୍ୟାୟ ବିରୋଧରେ lଭଦ୍ରକ_ସ୍ଵୟଂଶାସିତ_ମହାବିଦ୍ୟାଳୟ ପରିସରରେ “ଭଦ୍ରକ ବିଜୁ ଛାତ୍ର ଜନତା ଦଳ” ପକ୍ଷରୁ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରାପ୍ତି ଓ ତାଙ୍କ ପବିତ୍ର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି। ସେଠାରେ ବିଜେଡ଼ି ର ଛାତ୍ରନେତା ଶ୍ରୀ ସୁମନ ମହାପାତ୍ର, ଶ୍ରୀ କାମେଶ ବାରିକ, ଶ୍ରୀ ଯତୀନ ମିଶ୍ର, ଶ୍ରୀ ଆଲୋକ ମଲ୍ଲିକ, ଶ୍ରୀ ଅଭିନାଶ ପୃଷ୍ଟୀ, ଶ୍ରୀ ରଞ୍ଜନ ନାୟକ, ଶ୍ରୀ ରଞ୍ଜିତ ନାଥ, ଶ୍ରୀ ରୁଦ୍ରନାରାୟଣ ସାହୁ, ଶ୍ରୀ ଜୟପ୍ରକାଶ ସାହୁ, ଶ୍ରୀ ଓମ୍ ପ୍ରକାଶ କୁଣ୍ଡୁ ଓ ଶତାଧିକ ଛାତ୍ର-ଛାତ୍ରୀ ମାନେ ଏଫଏମ୍ କଲେଜ ଛାତ୍ରୀ ଆତ୍ମହୁତି ଘଟଣାରେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଏବଂ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏଥିପାଇଁ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ସମସ୍ତ ଛାତ୍ର-ଛାତ୍ରୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
