ଯାଜପୁରରେ ଫୋକସ ପ୍ଲସପ୍ରତିନିଧିମାନଙ୍କ ବନ୍ଧୁ ମିଳନ ଉତ୍ସବ
ଧର୍ମଶାଳା– ସମାଜ ରେ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ସାମ୍ବାଦିକଙ୍କୁ ଚତୁର୍ଥ ସ୍ତମ୍ଭ ର ଆଖ୍ୟା ଅର୍ଜନ କରିଛି। ଏହି ଦାଇତ୍ୱ ତୁଲାଇବା ନିମନ୍ତେ ଓଡ଼ିଶା ରେ ଏକ ଡିଜିଟାଲ ପ୍ଲାଟଫର୍ମ ରେ କାର୍ଯ୍ୟ କରୁଛି ଫୋକସ ପ୍ଲସ। ଯାହାକି ସଦାସର୍ବଦା ଲୋକ ମାନଙ୍କ ସ୍ଵର ହୋଇ ରାଜ୍ୟ ରେ ଚର୍ଚ୍ଚା ରେ ରହିଆସିଛି। ଏହି ଫୋକସ ପ୍ଲସ ର ରାଜ୍ୟ ରେ ସବୁ ଜିଲ୍ଲା ରେ ତାଙ୍କର ପ୍ରତିନିଧି କାର୍ଯ୍ୟ କରୁଥିବା ବେଳେ ଆଜି ଯାଜପୁର ଜିଲ୍ଲାରେ ଥିବା ଫୋକସ ପ୍ଲସ ର ପ୍ରତିନିଧି ମାନଙ୍କ ଦ୍ଵାରା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଧୁପୁର ଗଡ଼ ପଂଚାୟତ ନିକଟସ୍ଥ ପାଞ୍ଚୁବତୀ ବନରେ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଫୋକସ ପ୍ଲସ ର ପ୍ରତିଷ୍ଠାତା ଡକ୍ଟର ସୁଧାଂଶୁ ଶେଖର ରାଉତ ଯୋଗଦେଇ ଥିଲେ। ତାଙ୍କ ସହିତ ବିରୋଚିଫ ରବି ସେଟ୍ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।ନିଜର ପ୍ରତିନିଧି ଙ୍କ ସୁବିଧା ଅସୁବିଧା ଓ ସାମ୍ବାଦିକ ଭାଇଚାରାକୁ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲା ଫୋକସ ପ୍ଲସ ପ୍ରତିନିଧିମାନଙ୍କ ବନ୍ଧୁ ମିଳନ ଉତ୍ସବ ଆଜି ଉଲ୍ଲାସମୟ ପରିବେଶରେ ଆୟୋଜିତ ହୋଇଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହର ଅଞ୍ଚଳରୁ ଫୋକସ ପ୍ଲସ ର ପ୍ରତିନିଧିମାନେ ଯୋଗ ଦେଇ, ବିଭିନ୍ନ ବିଷୟରେ ଆଲୋଚନା କରି ସଂଯୋଗ ମଜବୁତ କରିଲେ। ଏହି ଅବସରରେ ଯାଜପୁର ଜିଲ୍ଲା ପ୍ରତିନିଧି ପଦ୍ମନାଭ ପହି ଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ରରେ ଆଜି ର ମୁଖ୍ୟ ଅତିଥି ତଥା ଫୋକସ ପ୍ଲସ ର ପ୍ରତିଷ୍ଠାତା ଡକ୍ଟର ସୁଧାଂଶୁ ଶେଖର ରାଉତ କହିଲେ ଯେ, “ସଂଯୋଗ ଓ ସହଯୋଗ ବିନା ମାଧ୍ୟମ ଜଗତର ଅସ୍ତିତ୍ୱ ଅସମ୍ଭବ।

ଏହି ମିଳନ ଉତ୍ସବ ଫୋକସ ପ୍ଲସ ପରିବାରକୁ ଆହୁରି ଘନିଷ୍ଠ କରିଛି।”କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ପ୍ରତିନିଧିମାନଙ୍କୁ ସମ୍ମାନ ସହିତ ସ୍ମୃତିଚିହ୍ନ ଓ ଉତରିୟ ପ୍ରଦାନ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ, ଅନୁଭବ ବିନିମୟ ଓ ଭୋଜି ସହିତ ଉତ୍ସବ ଶେଷ ହୋଇଥିଲା
