ଜେଲ ଅନ୍ତେବାସୀଙ୍କୁ ଭେଟି ଶୁଖିଲା ଖାଦ୍ୟ ସହ ଏଲଇଡ଼ି ଟିଭି ପ୍ରଦାନ କଲେ କାମାକ୍ଷାନଗର ଓ ପରଜଙ୍ଗ ବିଧାୟକ
-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପକାରାଗାରର ଅନ୍ତେବାସୀଙ୍କୁ ଭେଟି ଶୁଖିଲା ଖାଦ୍ୟ, ଫଳ ସହ ଏଲଇଡ଼ି ଟିଭି ପ୍ରଦାନ କରିଛନ୍ତି କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ଏବଂ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ।ଏଥିସହିତ ବିଜେପି ନବ ନିର୍ବାଚିତ ଢେଙ୍କାନାଳ ଜିଲ୍ଲା ସଭାପତି ରାସ ବିହାରୀ ବେହେରା ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଦୁଇ ବିଧାୟକ ଜେଲ ଭିତରକୁ ଯାଇ ପ୍ରଥମେ ଅନ୍ତେବାସୀଙ୍କୁ ଭେଟିଥିଲେ। ଏବଂ ସେମାନଙ୍କୁ ୭୬ ସାଧାରଣତନ୍ତ୍ର ଅବସରରେ ଶୁଖିଲା ଖାଦ୍ୟ ଓ ଫଳ ପ୍ରଦାନ କରିଥିଲେ। ଏଥିସହିତ ମନୋରଞ୍ଜନ ପାଇଁ ଏକ ବଡ଼ ଏଲଇଡି ଟିଭି ପ୍ରଦାନ କରିଥିଲେ। ସମାଜ ସ୍ରୋତରେ କିଭଳି ନିଜକୁ ପରିବର୍ତ୍ତନ କରି ଜଣେ ଭଲ ମଣିଷ ହୋଇପାରିବେ ସେଥି ନେଇ ଅନ୍ତେବାସୀ ମାନଙ୍କୁ ବୁଝାଇଥିଲେ ଦୁଇ ବିଧାୟକ। ଏହି କାର୍ଯ୍ୟକ୍ରମରେ ବିଜେପିର ବିଭିନ୍ନ ପଦାଧିକାରୀ ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
