ବ୍ୟବସାୟୀଙ୍କ ପାଖରେ ନାହିଁ ଖାଦ୍ୟ ଲାଇସେନ୍ସ.

ଗୋପ ୪/୦୪/୨୫ ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ, ଯୋଗେଶ୍ୱରପୁର, ପାଣିଛତ୍ର ରେ ଫାଷ୍ଟଫୁଡ, ଜଳଖିଆ ଦୋକାକ ବଢ଼ିବାରେ ଲାଗିଛି. ଯେଉଁଠି ଦେଖିବ ଛକବଜ଼ାର ଗଳିକନ୍ଦିରେ ଫାଷ୍ଟଫୁଡ, ବିରିୟାନୀ, ଘୁଗୁନି, ରେ ରଙ୍ଗ ମିଶ୍ରିତ କରି ଖାଦ୍ୟ ବିକ୍ରି ହେଉଛି. ବାସୀ ଗୁପଚୁପ, ବାସୀ ଚାଟ, ରେ ରଙ୍ଗ ଦେଇ ସତେଜ ଖାଦ୍ୟ କରି ବିକ୍ରି କରୁଛନ୍ତି ଦୋକାନୀ. ତା ସହିତ ଗ୍ରାମ ମାନଙ୍କରେ ବିଦ୍ୟାଳୟ ଓ ଗ୍ରାମ ର ତିନିଛକି ଠାରେ ଏହି ଖାଦ୍ୟ ବିକ୍ରି କରିବା ଫଳରେ ଯୁବପିଢ଼ି ଖାଇବା ପାଇଁ ଡହଳ ବିକଳ ହେଉଛନ୍ତି. ଏଥିରେ ନାଲି ରଙ୍ଗ, ଓ ଖାଦ୍ୟ ସୁସ୍ୱାଦୁ ପାଇଁ ଅଜିନମୋଟ ବ୍ୟବାହାର ଦ୍ୱାରା ଯୁବକ, ବାଳକ ବାଳିକା, ବୃଦ୍ଧା ମାନଙ୍କର ସ୍ୱାସ୍ଥ୍ୟଅବସ୍ଥା ଦିନକୁ ଦିନ ରୋଗୀଣା ହେବା ସହିତ ହାଡ଼ କମଜୋର ହେଉଛି, ଲିଭର ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି. ପୋଡା ତେଲ ବ୍ୟବାହାର ଦ୍ୱାରା ଗ୍ୟାସଜନିତ ରୋଗ ହେଉଛି. ଏହି ସବୁ ଖାଦ୍ୟ କୁ ଖାଇବା ପାଇଁ ଅନୁନ୍ନତ ପ୍ଲାଷ୍ଟିକ ପ୍ଲେଟ ବ୍ୟବାହାର କରିବା ଦ୍ୱାରା ଶରୀର ଖରାପ ହେଉଛି. ଯାହା ଡାକ୍ତର ପ୍ରମାଣିକୃତ.ତା ସହିତ ଅପ୍ରିତିକାର ପରିବେଶରେ ତିଆରି ହେଉଛି ଖାଦ୍ୟ ସାମଗ୍ରୀ. ଖାଦ୍ୟ ତିଆରି କରୁଥିବା ଦୋକାନୀଙ୍କ ପାଇଁ ଲାଇସେନ୍ସ ନେବାପାଇଁ ନିୟମ ରହିଥିବା ବେଳେ ୭0ପ୍ରତିଶତ ଦୋକାନୀଙ୍କ ନିକଟରେ ଲାଇସେନ୍ସ ନ ଥିବାର ନଜିର ରହିଛି. ଏଠି ସାଧାରଣରେ ପ୍ରଶ୍ନ ଆସୁଛି କୀ ଖାଦ୍ୟ ନିରାପତ୍ତା ବିଭାଗ କରୁଛି କଣ ନା ଖାଲିଟାରେ ନିଦା ବିଷ୍ଣୁ ସାଜିଛନ୍ତି. ଏହିସବୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି. ଏହା ଉପରେ ଖାଦ୍ୟନିରାପତ୍ତା ବିଭାଗର ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାଧାରଣରେ ଦାବି ହେଉଛି.

Leave a Reply

Your email address will not be published. Required fields are marked *