୭ମ SAFF U-19 ଫୁଟବଲ୍‌ ଚାମ୍ପିୟାନସିପ୍‌

ଭୁବନେଶ୍ୱର
୧୯ ମେ’ ୨୦୨୫

୭ମ SAFF U-19 ଫୁଟବଲ୍‌ ଚାମ୍ପିୟାନସିପ୍‌ରେ ବାଂଲାଦେଶକୁ ପରାସ୍ତ କରି ଭାରତୀୟ ଫୁଟବଲ ଟିମ୍ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ନିମନ୍ତେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ଟିମ୍ ଭାରତର ସମସ୍ତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି। ନିଜର ଶୁଭେଚ୍ଛା ବାର୍ତ୍ତାରେ ସେ କହିଛନ୍ତି ଯେ, ୭ମ SAFF U-19 ଫୁଟବଲ୍‌ ଚାମ୍ପିୟାନସିପ୍‌ରେ ଭାରତୀୟ ଫୁଟବଲ୍‌ ଟିମ୍‌ ର ଐତିହାସିକ ବିଜୟ ପାଇଁ ଆମ ଦେଶ ଆଜି ଗର୍ବିତ। କଠିନ ପରିଶ୍ରମ ଓ ବିଚକ୍ଷଣ ପ୍ରଦର୍ଶନ ମାଧ୍ୟମରେ କ୍ରୀଡ଼ାବିତମାନେ ଏହି ସଫଳତା ଅର୍ଜନ କରିଛନ୍ତି। ଏହି ବିଜୟ ଆମ ଦେଶ ଓ ରାଜ୍ୟର ହଜାର ହଜାର କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ନିଜ ପାଇଁ ଏକ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବାକୁ ନିଶ୍ଚିତ ଭାବରେ ପ୍ରେରିତ କରିଛି। ଆଗକୁ ମଧ୍ୟ ଆମ କ୍ରୀଡ଼ାବିତମାନେ ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଆମ ଦେଶ ପାଇଁ ଗର୍ବ ଓ ଗୌରବ ଅର୍ଜନ କରି ଆମକୁ ଗୌରବାନିତ୍ବ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, ସାଉଥ୍ ଏସିଆନ୍‌ ଫୁଟବଲ୍‌ ଫେଡ଼େରେସନ୍‌ ଦ୍ୱାରା ଆୟୋଜିତ ୭ମ SAFF U-19 ଫୁଟବଲ୍‌ ଚାମ୍ପିୟାନସିପ୍‌ ବିଗତ ୯ ମେ’ ଠାରୁ ଆରମ୍ଭ ହୋଇ ୧୮ ମେ’ ପର୍ଯ୍ୟନ୍ତ ଭାରତର ଅରୁଣାଚଳପ୍ରଦେଶ ଠାରେ ଅନୁଷ୍ଠିତ ହୋଇଥିଲା। ବିଗତ ମେ’ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ବିଜୟ ହାସଲ କରି ଚାମ୍ପିୟନ୍‌ ହୋଇଛନ୍ତି।

ଅମ୍ଳାନ ଦାସ
ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *