ଡିସେମ୍ବର ୨୨ରୁ ତରତରା ଫୁଟବଲ ପଡିଆରେ ଫୁଟବଲ ମହାକୁମ୍ଭ ଆରମ୍ଭ
** ଆନନ୍ଦପୁର ବ୍ଲକ ଅନ୍ତର୍ଗତ ତରତରା ପଂଚାୟତ ଖେଳପଡିଆରେ ଫୁଟବଲ ମହାକୁମ୍ବ ଡିସେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଅଛି l ଏହି ଫୁଟବଲ ଟୁର୍ଣ୍ଣମେଣ୍ଟ ରେ ସର୍ବମୋଟ ଆଠଗୋଟି ଦଳ ଭାଗ ନେଉଥିବା ବେଳେ ପ୍ରଥମ ଦିନ ଖେଳ ଚକ୍ରଧର ପୁର ଫୁଟବଲ ଏକେଡେମୀ, ଝାଡଖଣ୍ଡ, ସହିତ ବି ଏଫ ସି, କୁଚିଣ୍ଡା ମଧ୍ୟରେ ଯାଉଥିବାବେଳେ ଦ୍ଵିତୀୟ ମ୍ୟାଚ ସୋଡେପୁର କ୍ଲକ କଲିକତା ସହିତ ପପୁଲାର କ୍ଲବ, ଢେଙ୍କାନାଳ ମଧ୍ୟରେ ଖେଳାଯିବ l ତୃତୀୟ ମ୍ୟାଚ ମା କାମାକ୍ଷା ସ୍ପୋର୍ଟ୍ସ କ୍ଲବ ବିହାର ସହିତ ଜଗାଇଉନାଇଡେଡ଼ ଭୁବନେଶ୍ୱର ମଧ୍ୟରେ ଖେଳାଯିବ l ଚତୁର୍ଥ ମ୍ୟାଚ ଏସ ପି ୱାନ ଫାଉଣ୍ଡେସନ, କଲିକତା,ସହିତ ବି ଏସ ଏଫ ସୋନପୁର ସହିତ ଖେଳାଯିବ l ଏହି ମହାକୁମ୍ଭ ଫୁଟବଲ ଟୁର୍ନାମେଣ୍ଟ ର ପ୍ରଥମ ସେମିଫାଇନାଲ ୨୪ତାରିଖରେ ଯିବାକୁ ଥିଲାବେଳେ ଦ୍ୱିତୀୟ ସେମିଫାଇନାଲ ୨୭ତାରିଖରେ ଖେଳାଯିବ l ଏହି ଫୁଟବଲ ଖେଳ ସବୁଦିନ ଦିନ ୩ଟା ବେଳେ ଆରମ୍ବ ହେବାକୁ ଥିଲାବେଳେ ଫାଇନାଲ ମ୍ୟାଚ ୨୯ତାରିଖରେ ଖେଳାଯିବ ବୋଲି ମା ତାରିଣୀ କ୍ଲବ ଇଣ୍ଟେରଷ୍ଟେଟ ଟୁର୍ନାମେଣ୍ଟ ର ଅର୍ଗାନାଇଜ଼ର ସୁବ୍ରତ ସାମଲ ଗଣମାଧ୍ୟମକୁ ଜଣାଇଛନ୍ତି l ଏହି ଘୋଷଣା ସମୟରେ ଜିତେନ୍ଦ୍ର ସାମଲ, ପ୍ରିୟବ୍ରତ ନାୟକ, ସତ୍ୟ ବ୍ରତ ନାୟକ, ରାକେଶ ସାମଲ, ଆକାଶ ନାୟକ, ଜଗନ୍ନାଥ ସାମଲ, ସୁରେନ୍ଦ୍ର ନାୟକ, ରଶ୍ମି ରଞ୍ଜନ ନାୟକ, ଶୁଭମ ସାମଲ, ବିଭୁ ସାମଲ, ଅମୃତ ସାଗର ପାତ୍ର, ସ୍ମୁତିରାଜ ନାୟକ, ପାପୁନ ବେହେରା, ସମରଜିତ ନାୟକ, ସ୍ପନ୍ଦନ ନାୟକ, ଦୀପକ ବାରିକ ସହ ସୁଶାନ୍ତ ସାମଲ ଉପସ୍ଥିତ ଥିଲେ l
