ସର୍ବଭାରତୀୟ ମହିଳା ଫୁଟବଲ ଟୁଣ୍ଣାର୍ମେଣ୍ଟ ର ତୃତୀୟ ଦିନରେ ୨-୧ ସୁନ୍ଦରଗଡ଼ ସ୍ପୋର୍ଟସ ହଷ୍ଟେଲ ବିଜୟୀ

ସର୍ବଭାରତୀୟ ମହିଳା ଫୁଟବଲ ଟୁଣ୍ଣାର୍ମେଣ୍ଟ ର ତୃତୀୟ ଦିନରେ ୨-୧ ସୁନ୍ଦରଗଡ଼ ସ୍ପୋର୍ଟସ ହଷ୍ଟେଲ ବିଜୟୀ


ଓଡ଼ଗାଁ – ତା ୨୭ -୧୨-୨୫
ନୟାଗଡ଼ ଜିଲ୍ଲା ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ଶରଣକୂଳ ସ୍ପୋଟସ ଆସୋସିଏସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟ ୩ୟ ଦିନର ପ୍ରଥମ ସେମି ଫାଇନାଲ ଖେଳ ସ୍ପୋର୍ଟ୍ସ ହଷ୍ଟେଲ, ସୁନ୍ଦରଗଡ ୨ – ୧ ଗୋଲରେ ଜେଏସଏସପିଏସ, ରାଞ୍ଚି ଏକାଦଶ, ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଶନିବାର ଖେଳରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେବାକୁଯାଇ ଆୟୋଜକ ମାନେ ନେଇଥିବା ଅଭିନବ ପ୍ରୟାସରେ ଅତିଥିଙ୍କ ବ୍ୟତୀତ ରେଫେରୀ, ଖେଳାଳି, ସମସ୍ତେ ମହିଳା ରହିଥିଲେ। ଯାହାକି ସମସ୍ତଙ୍କ ନିମନ୍ତେ ମହିଳା ସଶକ୍ତିକରଣର ଏକ ଶ୍ରେଷ୍ଠ ଉଦାହରଣ ଥିଲା । ଆଜି ବହୁ ସଂଖ୍ୟାରେ ମହିଳା ଦର୍ଶକଙ୍କ ଗହଣରେ ଅନୁଷ୍ଠିତ ପ୍ରଥମାର୍ଦ୍ଧ ଖେଳର ୨୩ତମ ମିନିଟରେ ସୁନ୍ଦରଗଡ ଦଳର ୬ନଂ ଜର୍ସି ଖେଳାଳି ସୁମିତ୍ରା ସିଂ ଙ୍କ ଗୋଲରେ ଦଳ ୧- ୦ ଗୋଲରେ ଆଗୁଆ ଥିଲା। ପରେ ୩୯ ତମ ମିନିଟରେ ଝାଡ଼ଖଣ୍ଡ ଦଳର ପରେ ୩ ନଂ ଜର୍ସି ଖେଳାଳି ନେୟେନା କୁମାରୀଙ୍କ ଗୋଲରେ ଦଳ ୧-୧ ଗୋଲ ରେ ବରାବର ସ୍ଥିତକୁ ଆଣିଥିଲା। ଦ୍ୱିତୀୟାର୍ଦ୍ଧ ଖେଳରେ ଉଭୟ ଦଳ ଆକ୍ରମଣାତ୍ମକ ପ୍ରତିଆକ୍ରମାଣତ୍ମକ ଖେଳିଥିଲେ। ପରେ ଖେଳର ୩୩ତମ ମିନିଟରେ ସୁନ୍ଦରଗଡ଼ ଦଳର ୬ନଂ ଜର୍ସି ଖେଳାଳି ସୁମିତ୍ରା ସିଂଙ୍କ ଗୋଲରେ ଦଳ ୨-୧ଗୋଲରେ ବିଜୟୀ ହୋଇ କରି ଫାଇନାଲରେ ପ୍ରବେଶ କରିଥିଲା।
ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ବାଚସ୍ପତି ସୁରମା ପାଢ଼ୀ ତାଙ୍କ ବକ୍ତବ୍ୟ ରେ ମହିଳାମାନେ ପଛରେ ନାହାନ୍ତି। ସେମାନଙ୍କୁ ସୁଯୋଗ ଦେଲେ ବହୁତ କିଛି କରି ଦେଖେଇବେ ବୋଲି କହିଥିଲେ। ମୁଖ୍ୟଅତିଥି ଭାବେ ଭାଜପା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ କନ୍ଧମାଳ ସାଂସଦ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ରଣପୁର ଏନଏସି ଅଧକ୍ଷା ରଙ୍ଗୀନ ମହାନ୍ତି, ୨ନଂ ଜୋନ ଜିଲା ପରିଷଦ ବିରଜାଲଷ୍ମୀ ସାହୂ, ୨୩ନଂ ଜୋନ ଜିଲା ପରିଷଦ ଲଷ୍ମୀପ୍ରିୟା ତରାଇ, ସରପଞ୍ଚ ହରିହରପୁର ବିଳାସିନୀ ମହାପାତ୍ର, ଗୋଡିପଡା ସମିତି ସଭ୍ୟା ସସ୍ମିତା ମହାନ୍ତି, ଗୋତିସାହି ସମିତି ସଭ୍ୟା ରୁନୁବାଳା ପରିଡା, ଗୋଡିପଡା ପୂର୍ବତନ ସରପଞ୍ଚ ସରୋଜିନୀ ସାହୁ ଏବଂ ବୈଷ୍ଟୋଦେବୀ ଟ୍ରଷ୍ଟର ଟ୍ରଷ୍ଟି କାଜଲ ରାଉତଙ୍କ ସମେତ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଜ୍ୟୋତିର୍ମୟ ମହାନ୍ତି, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ସହ ସମ୍ପାଦକ ଲିଙ୍ଗରାଜ ପାତ୍ର, କୋଷାଧକ୍ଷ ପ୍ରମୋଦ କୁମାର ପ୍ରଧାନ ମହିଳା ସଶକ୍ତିକରଣ ପାଇଁ ମହିଳାମାନଙ୍କ ନିମିତ୍ତ ନେଇଥିବା ଅନନ୍ୟ ପଦକ୍ଷେପକୁ ଅଞ୍ଚଳବାସିଙ୍କ ନିକଟରେ ପ୍ରଶଂସନୀୟ ହୋଇଥିଲା।
ପରେ ସଭାପତି ଶ୍ରୀ ପାଢ଼ୀ ସର୍ବଶ୍ରେଷ୍ଠ ଖେଳାଳିଭାବେ ସୁନ୍ଦରଗଡ ଦଳର ଖେଳାଳି ସୁମିତ୍ରା ସିଂଙ୍କୁ ଟ୍ରଫି ସହ ଏକ ହଜାର ଟଙ୍କା ପ୍ରଦାନ କରିଥଲେ। ଆଜିର ଖେଳକୁ ଜାତୀୟ ରେଫେରୀ ସୀତା ମାରାଣ୍ଡି ,ବାଲେଶ୍ୱର ଲାଇନରେ ରୀନା ତିର୍କି ଓ ବାଲାମତି ଓରାମ, ରାଉରକେଲା ଏବଂ ୪ର୍ଥ ରେଫେରୀ ଭାବେ ଆରତୀ ମହାନ୍ତି, ଭୁବନେଶ୍ୱର ପରିଚାଳନା କରିଥିଲା ବେଳେ ଏଆଇଏଫଏଫ ର ମ୍ୟାଚ କମିଶନର ଦୁର୍ଗା ଚରଣ ନାୟକ ଏବଂ ଓଡିଶା ଫୁଟବଲ ଆସୋସିଏସନର ଚୟନକର୍ତ୍ତା ଚିତ୍ରସେନ ପାତ୍ର ଉପସ୍ଥିତ ଥିଲେ। ଖେଳର ଧାରା ବିବରଣୀ ଭାଷ୍ୟକାର ଶେଖ ଅବଦୁଲ ଖାଲିକ ଓ ଭବାନୀ ଶଙ୍କର ମହାପାତ୍ର ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ। ଅନୁଷ୍ଠାନର ମୁଖ୍ୟ ସଂଯୋଜକ ବିକାଶ ଜ୍ୟୋତି ଦୋରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରବିବାର ୨ୟ ସେମିଫାଇନାଲ ଖେଳ ଏମଏଫସି, କୋଲକାତା, ୱେଷ୍ଟ ବେଙ୍ଗଲ ବନାମ ଓଡିଶା ପୋଲିସ, କଟକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ସୂଚନା ଦେଈଛନ୍ତି।

Leave a Reply

Your email address will not be published. Required fields are marked *