ବାତ୍ୟା ମୋନ୍ଥା ଯୋଗୁଁ ତୃତୀୟ ଥର ପାଇଁ ପଥର ଓ ମାଟି ଧସିଲା କଳିଙ୍ଗିଆ ଘାଟିରୁ ।।
କନ୍ଧମାଳ, କଲିଙ୍ଗିଆ, ବାତ୍ୟା ମୋନ୍ଥା ର ପ୍ରଭବାବ ରେ କଳିଙ୍ଗିଆରେ ପ୍ରବଳ ବର୍ଷା ଯୋଗୁଁ ତୃତୀୟ ଥର ପାଇଁ ପୁନଃ ନିର୍ମିତ ସ୍ଥାନ ର ଶୀର୍ଷରୁ ମାଟି ଓ ପଥର ଖସିଲା । ଏଥିପୂର୍ବରୁ ଦୁଇ ଦୁଇଥର ଘାଟି ର ଭୁସ୍ଖଳନ ସ୍ଥାନରେ ମରାମତି କରାଯାଇଥିଲା । ଗତକାଲି ବାତ୍ୟା ପ୍ରଭାବିତ ବର୍ଷାରେ ପୁଣି ଶୀର୍ଷରୁ ମାଟି ଓ ପଥର ଖସିଛି, ଗତ ୨୭ ରୁ ଦୁର୍ଗା ପ୍ରସାଦ ଓ କଳିଙ୍ଗିଆ ଦୁଇ ପଟୁ ରାସ୍ତା କୁ ସିଲ କରିଦିଆଯାଇଥିଲା। କାମ କରୁଥିବା ଲୋକଙ୍କୁ ସେଠାରୁ ପ୍ରତ୍ୟାହାର କରାଯାଇଥିଲା, ପଥର ମାଟି ହଟାଇବାକୁ ପୁଣି ତିନି /ଚାରି ଦିନ ଲାଗି ପାରେ, ହାଲୁକା ମୋଟର ଯାନ ଯାଇପାରିବ ନା ଭାରି ମୋଟର ଯାନ ଯାଇ ପାରିବ ସେ ନେଇ ପ୍ରଶାସନ କୌଣସି ସୂଚନା ଦେଇ ନଥିବାରୁ ବିଭିନ୍ନ କଳ୍ପନା ଜଳ୍ପନା ଚାଲିଛି । କଳିଙ୍ଗିଆ ଘାଟି ଦୁର୍ବଳ ହେବାର ଆରମ୍ଭ ହୋଇଛି ବୋଲି କିଛି ଅଧିବାସୀ କହିବାର ଶୁଣିବାକୁ ମିଳୁଛି । ପ୍ରଶାସନ କିନ୍ତୁ ତାହାରି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି ।
