ମାତିତୋଟା ମୌଜା ରେ ଥିବା ଶ୍ରୀ ମନ୍ଦିର ର ଭୂ ସମ୍ପଦି ର ଜବରଦଖଲ ଉଛେଦ
ମାତିତୋଟା ମୌଜା ରେ ଥିବା ଶ୍ରୀ ମନ୍ଦିର ର ଭୂ ସମ୍ପଦି ର ଜବରଦଖଲ ଉଛେଦ କରିବା ପାଇଁ ଆଜି ପୁରୀ ତହସିଲଦାର ଙ୍କ ଏକ ଟିମ, ମାତିତୋଟା ଅଞ୍ଚଳ ରେ ପହଞ୍ଚି ଉଚ୍ଛେଦ ପ୍ରକିୟା ଆରମ୍ଭ କରାଯାଇଛି, ସୂଚନା ମାତିତୋଟା ମୌଜା ରେ ଶ୍ରୀ ମନ୍ଦିର ର 126ଏକର ଜମି ଜବର ଦଖଲ ରେ ଥିବା ବେଳେ ସେହି ଜମି ଉପରେ ଶ୍ରୀ ଜଗନ୍ନାଥ ଙ୍କ ପରମ୍ପରା ନୀତି କୁ ନେଇ ଏକ ଗୁରୁକୁଳ କରାଯିବ, ଗୁରୁକୁଳ ନିର୍ମାଣ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦେଶ ଉକ୍ତ ଜାଗା ଉପରେ ଥିବା ଘର ଭଙ୍ଗାଯିବ,ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଏହି ଜମି ସେବାୟତ ଙ୍କ ପିଲାଙ୍କ ପାଇଁ ଶ୍ରୀ ମନ୍ଦିର ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇ ଥିବା ବେଳେ, ଉଛେଦକାରିଙ୍କୁ କୋୖଣସି କ୍ଷତି ପୂରଣ ଦିଆଯାଉନାହିଁ, ଏହି ଆଧାର ରେ ମାତିତୋଟା ଗ୍ରାମବାସୀ ଏହି ପୋଲିସ ପ୍ରଶାସନ ଙ୍କ କାର୍ଯ୍ୟ କୁ ବିରୋଧ କରିଥିଲେ, କ୍ଷତି ପୂରଣ ନ ଦେବା ଯାଏଁ ଜାଗା ଛାଡ଼ିବେ ନାହିଁ ବୋଲି ଗ୍ରାମବାସି କହିଥିବା ବେଳେ, ଆଜି ଉଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି, ଶ୍ରୀ ମନ୍ଦିର ବଗିଚା ଭିତରେ ଥିବା ଏକ ପୁରୁଣା କୋଠା କୁ ଭଙ୍ଗା ଯାଇଛି l
