(ଜଙ୍ଗଲ)
ପ୍ରକୃତି ରାଣୀ ର ସର୍ଜନା କିଏ
କରିବ ଆନ
ଶାନ୍ତିର ପ୍ରତୀକ ସୋପାନ
କରିଛନ୍ତି ସ୍ଥାପନ
କିଏ କରିବ ଆନ।।
ବୃକ୍ଷ ଲତା ଙ୍କ ର‌ ମଧ୍ୟରେ
ରହି ଝରଣା ଜଳ
କୁଳୁ କୁଳୁ ନାଦେ ବହୁଛି
ତାହା ଥଣ୍ଡା ଶୀତଳ
ତହିଁ ଝରଣା ଜଳ।।
ଶାଳ ପିଆଶାଳ ସହିତ
ଶିଶୁ ସଙ୍ଗେ ରେ ଜାମୁ
ଲିମ୍ବ ପଣସ କଙ୍ଗଡା
ସଙ୍ଗେ ରହନ୍ତି ମାମୁଁ
ଶିଶୁ ସଙ୍ଗେ ରେ ଜାମୁ।।
କୁଳୁ କୁଳୁ ନାଦେ ବହୁଛି
ଥଣ୍ଡା ପାନୀୟ ଜଳ
କଳନା କରି ହେବନି
ତାହା ପ୍ରକୃତି ଖେଳ
ଥଣ୍ଡା ପାନୀୟ ଜଳ।।
ପକ୍ଷୀ ମାନଙ୍କର ନାଦରେ
ବଣ ଯେ ‌ପ୍ରଙ୍କପିତ
ଋଷି ଙ୍କ ର ବେଦ ଧ୍ବନି ରେ
ପରିବେଶ ବିଦିତ
ବଣ ଯେ ‌ପ୍ରଙ୍କପିତ।।
ଅରଣ୍ୟ ସମ୍ବଳ ପୂର୍ଣ ଯେ
ରହି ପ୍ରକୃତି ରାଣୀ
କେ କରିପାରିବ କଳନା
ତା’ର ଶୋଭା କୁ ଜାଣି
ରହି ପ୍ରକୃତି ରାଣୀ।।
ବାଘ ହରିଣ ଙ୍କ ସଙ୍ଗରେ
ସିଂହ ସହିତ ହାତୀ
ଜଙ୍ଗଲ ରେ ଲୀଳା କରନ୍ତି
ସେମାନେ ପଶୁଜାତି
ସିଂହ ସହିତ ହାତୀ।।
ସୃଷ୍ଟି ର ସର୍ଜନା କେବଳ
ତହିଁ ପ୍ରକୃତି ପାଇଁ
ଜୀବ ଜନ୍ତୁ ମାନେ ରହନ୍ତି
ପରିବେଶ କୁ ଚାହିଁ
ତହିଁ ପ୍ରକୃତି ପାଇଁ।।

ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *