ମହିଳାଙ୍କୁ ସଶକ୍ତ କରିବା ପାଇଁ ବନବିଭାଗ ପକ୍ଷରୁ ଖୋଲାଗଲା ଜଙ୍ଗଲ କାଫେ

Date- 12/06/25Place- ସୋରଡ଼ା- ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ଶ୍ରୀ ସାଇବାବା ସାପୁଆ ବନ ସଂରକ୍ଷଣ ସମିତି ଦ୍ବାରା ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଜୀବନ ଜୀବିକା ର ଉନ୍ନତି ପାଇଁ ଏକ ଜଙ୍ଗଲ କାଫେ ସୋରଡ଼ା ବଡ଼ଗଡ଼ ମୁଖ୍ୟରାସ୍ତା ନିକଟ ଖାରିଗୁଡ଼ା ଆଉଟଲେଟ୍ ଠାରେ ଆରମ୍ଭ ହୋଇଛି । ଏଠାରେ ବଭିନ୍ନ ପ୍ରକାରର ଜଳଖିଆ, ଥଣ୍ଡାପାନୀୟ, ଓ ମିଠା, ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରକାରର ସୁସାଦ୍ୟୁ ଜଳଖିଆ ମିଳିପାରିବ l ଏବଂ ଏଠାରେ ବସି ଖାଇବା ପାଇଁ ବୋହୁତ ସୁବିଧା ମଧ୍ୟ୍ୟ ରହିଛି l ବୋହୁତ ସୁନ୍ଦର ପରିବେଶ ସହିତ ସୁସାଦ୍ୟୁ ଜଳଖିଆ ଏଠାରେ ମିଳିପାରିବ l ଏହି ଉପ୍ତାଦିକା ଗୋଷ୍ଠୀକୁ ବନବିଭାଗ ତରଫରୁ ଆର୍ଥିକ ସହାୟତା ସହିତ ବିଭିନ୍ନ ପ୍ରକାରର ସହଯୋଗ ମିଳିଛି ଯାହା ଫଳରେ ମହିଳା ମାନେ କମ୍ ସମୟ ମଧ୍ୟରେ ସ୍ୱାବଲମ୍ବୀ ହେବା ଲକ୍ଷ୍ୟ ରଖିଛି ବନବିଭାଗ l ବଡ଼ଗଡ଼ ବନବିଭାଗ ତରଫରୁ ବିଭିନ୍ନ ସମୟରେ ଲୋକମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ବିଭିନ୍ନ ଯୋଜନା ଦ୍ୱାରା ସହାୟତା ପ୍ରଦାନ କରାଯାଇଥାଏ l କେତେବେଳେ ମାଛ ଚାଷ ପାଇଁ ତ କେତେବେଳେ ମହୁ ଚାଷ ପାଇଁ ଆଉ କେତେବେଳେ ଜେନେରଟର, ଓ ବାଦ୍ୟ ଯନ୍ତ୍ର ଦେଇ ଲୋକ ମାନଙ୍କୁ ରୋଜଗାର କ୍ଷମ କରିବାରେ ବଡ଼ଗଡ଼ ବନବିଭାଗ ସବୁବେଳେ ଚର୍ଚ୍ଚାରେ ରହି ଆସିଛି l ବନବିଭାଗର ଏଭଳି ସହଯୋଗ ପାଇ ସ୍ଵଂୟ ସହାୟକ ଗୋଷ୍ଠୀ ମା ମାନେ ଓ ଗ୍ରାମ ବାସି ମାନେ ଅତ୍ୟନ୍ତ ଖୁସି ହେବା ସହିତ ବନବିଭାଗ ଓ ବନାଞ୍ଚଳ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଆଜିର ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଶୋୟି ଜଙ୍ଗଲ କେଫ୍ କୁ ଉଦ୍ଘାଟନ କରିଥିବା ବେଳେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ ଓ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଉପସ୍ଥିତ ରହିବା ସହ ଏସିଏଫ୍ ପ୍ରଦୀପ କୁମାର ବେହେରା ଓ ବିଷୟବସ୍ତୁବିଶେଷଜ୍ଞ ଶୁଭକାନ୍ତ ମିଶ୍ର ଙ୍କ ସମେତ ବଡଗଡ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ ଓ ସମସ୍ତ ବନ କର୍ମଚାରୀ ଉପସ୍ଥିତ ରହିଥିଲେ । ଏବଂ ସ୍ଵଂୟ ସହାୟକ ଗୋଷ୍ଠୀ ର ମାଆ ମାନେ ପ୍ରସ୍ତୁତ କରିଥିବା ଜଳଖିଆ ଖାଇବା ସହିତ ମା ମାନଙ୍କ ସହିତ ଆଲୋଚନା କରିଥିଲେ l

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *