କାଠ ମିଲ ଉପରେ ବନ ବିଭାଗ ର ଚଢ଼ାଉ

କାଠ ମିଲ ଉପରେ ବନ ବିଭାଗ ର ଚଢ଼ାଉ ବିଫୁଳ ପରିମାଣ ର ବେଆଇନ କାଠ ଗଣ୍ଡି ଓ ପଟା ଜବତ।ଗଞ୍ଜାମ ଜିଲ୍ଲା, ସୋରଡ଼ା,()।ବଡ଼ଗଡ଼ ବନ ବିଭାଗକୁ ବଡ଼ ସଫଳତା।ଦକ୍ଷିଣ ଘୁମୁସର ବନଖଣ୍ଡ ବଡ଼ଗଡ଼ ବନାଞ୍ଚଳ ଅଧୀନ ଗାଙ୍ଗପୁର ଗ୍ରାମରେ ବନ ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍। ବେଆଇନ ଭାବେ ଚାଲିଥିବା କରତ କଳ ଉପରେ ଚଢ଼ାଉ କରି ବିଫୁଳ ପରିମାଣର ବହୁ ମୂଲ୍ୟବାନ ବେଆଇନ କାଠ ଜବତ।ଆଜି ସକାଳୁ ସକାଳୁ ଗାଙ୍ଗପୁର ଗ୍ରାମରେ ବନ ବିଭାଗର ସ୍ୱତନ୍ତ୍ର ଟିମ ଗଠନ କରାଯାଇ ପୋଲିସ ର ମିଳିତ ସହଯୋଗରେ ଚଢ଼ାଉ ହୋଇଥିଲା।ତିନଟି କାଠ ମିଲ୍ ଉପରେ ଏକାକାଳୀନ ଚଢ଼ାଉ ହୋଇଥିଲା।ମିଲ୍ ରୁ ବିଫୁଳ ପରିମାଣର ଶାଳ, ପିଆଶାଳ, ଶାଗୁଆନ ଭଳି ବହୁ ମୂଲ୍ୟବାନ ଗଛର କାଠ ଗଣ୍ଡି ଓ ପଟା ଜବତ ହୋଇଛି।

ଏହା ସହ ମିଲ୍ ରେ କାଠ କଟା ଯାଉଥିବା ତିନଟି ମେସିନକୁ ମଧ୍ୟ ଜବତ କରିଛି। ପାଞ୍ଚଟି ଟ୍ରାକ୍ଟର ଯୋଗେ କାଠ ଓ ଯନ୍ତ୍ରାଂଶ ଗୁଡିକୁ ବନ କାର୍ଯ୍ୟାଳୟକୁ ଅଣାଯାଇଛି। ଜବତ କାଠ ଓ ସାମଗ୍ରୀର ମୂଲ୍ୟ କୋଡ଼ିଏ ଲକ୍ଷ ଟଙ୍କା ହବ ବୋଲି ଅନୁମାନ କରାଯାଉଛି।ଚଢ଼ାଉ ହବା ଖବର ପାଇ କାଠ ମାଫିଆ ମାନେ ଗାଁରୁ ଛତ୍ର ଭଙ୍ଗ ଦେଇଥିଲେ।ତଦନ୍ତ କରାଯାଇ କାଠ ମିଲ୍ ର ପ୍ରକୃତ ମାଲିକ ଙ୍କ ନାମରେ ଏତଲା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *