ହାତୀକୁ କାବୁ କରିବା ନେଇ ଜଙ୍ଗଲ ବିଭାଗର ବଡ଼ ଘୋଷଣା ହାତୀ କୁ ଟ୍ରାଙ୍କୁଲାଇଜ କିମ୍ବା ଟ୍ରାପ କରିବୁନାହିଁ ।
କନ୍ଧମାଳ ଜି, ଉଦୟଗିରି ହାତୀ ର ମଣିଷ ମରା ତାଣ୍ଡବ ଲୀଳା ଚାଲିଥିବା ବେଳେ ବନ ବିଭାଗ କିଂ କର୍ତବ୍ୟ ମୂଢ଼ ପାଲଟି ଛନ୍ତି । ଦୁଇ ଜଣଙ୍କୁ ହାତୀ ଦଳି ମାରିବାପରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ବନ ବିଭାଗ ଖାଲି ବାହାନା କରି ହାତୀକୁ ଖୋଜୁଛୁ ବୋଲି କହୁଛନ୍ତି । ଦୀର୍ଘ ଚାରିମାସ ହେଲା ହାତୀ ଆତଙ୍କ ସୃଷ୍ଟି କରିଥିଲେ ମଧ୍ୟ୍ୟ ବନ ବିଭାଗ ଜାଣି ନଜାଣିଲା ଭଳି ଚୁପ ରହିଲା । ଚାରି ମାସ ପରେ ହାତୀ ଜଣକୁ ଦଳି ଚକଟି ମାରିଦେଲା । ଗ୍ରାମବାସୀ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋବ କଲେ, ଡି ଏଫ ଓ ସେଠାକୁ ସ୍ୱାସ୍ଥ୍ୟ ଖରାପ ବାହାନା କରି ଗଲେ ନାହିଁ ।ଉତ୍ୟକ୍ତ ଲୋକଙ୍କୁ ସାମ୍ନା କରିବା ବିପଦ ଜନକ ବୋଲି କର୍ମଚାରୀ ମାନେ କହିବାରୁ ସେ ଗଲେ ନାହିଁ । ତାପରେ ହାତୀ ଖୋଜା ଚାଲିଲା । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରିଦେଲେ, ଘରୁ ବାହାର ନାହିଁ ବୋଲି ପ୍ରଚାର କଲେ ଜଙ୍ଗଲ ବିଭାଗ । ଜଙ୍ଗଲ କୁ ଖଲି ପତ୍ର ଓ କାଠ ପାଇଁ ନିଶ୍ଚିତ ଯିବେ ଦୀର୍ଘ ସାତଦିନ ପରେ ହାତୀ ପୁଣି ଜଣେ ମହିଳାକୁ ଦଳିଦେଲା । ଗ୍ରାମବାସୀ ମାନେ ମୃତ ଦେହ ବନ ବିଭାଗ ସମ୍ମୁଖରେ ରଖି ଧାରଣାରେ ବସିଲେ ।କିଛି ଫଳ ମିଳିଲା ନାହିଁ । ବନବିଭାଗ କର୍ମଚାରୀ ହାତୀକୁ କାବୁ କରିବାକୁ ଡରୁଛନ୍ତି !ଲଗତକାଲି ପୁଣି ରାଇପଦାରେ ହାତୀ ପଶି ଗୋଟିଏ ଘର ଭାଙ୍ଗି ଦେଇଛନ୍ତି । ଲୋକେ ଛାତ ଉପରେ ହାତୀ ତଳେ ଅଛି ଲୋକମାନେ ଓ ସାମ୍ବାଦିକ ମାନେ ହାତୀ କୁ ଠାବ କରିପାରୁଛନ୍ତି କିନ୍ତୁ ଜଙ୍ଗଲ ବିଭାଗ କେବଳ ସଚେତନ କରୁଛି, ଏବଂ ହାତୀକୁ ଖୋଜୁଛି ଜଙ୍ଗଲ ବିଭାଗ ଡାଳେ ଡାଳେ ଗଲା ବେଳକୁ ହାତୀ ପତରେ ପତରେ ଯାଉଛି । ଜଙ୍ଗଲ ବିଭାଗର ହାତୀ ଖୋଜା ଲୁଚକାଳି ଖେଳ ପ୍ରତିଦିନ ଚାଲୁଛି । ଆଜି ଜଙ୍ଗଲ ବିଭାଗ ଏକ ସାମ୍ବାଦିକ ସମିଳନୀ କରି କହିଛନ୍ତି ଜେ ସମସ୍ତ କର୍ମଚାରୀ ହାତୀ ଠାରୁ ଦୁରେଇ ରହିବା ପାଇଁ ପ୍ରଚାର କରୁଛନ୍ତି । ସାମ୍ବାଦିକ ଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ରେ କହିଲେ ଜେ ସେମାନେ ହାତୀକୁ ଟ୍ରାଙ୍କୁଲାଇଜ କରିପାରିବେନି କି ଟ୍ରାପ କରିପାରିବେନି କେବଳ ହାତୀକୁ ଘଉଡ଼ାଇବା ପ୍ରଚେଷ୍ଟା ଚାଲିଛି ।
