ଜଗଦମ୍ବା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ପାଳିତ
ଜଗଦମ୍ବା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ପାଳିତ ରାୟଗଡ଼ା ତା ୧୦-୦୭-୨ ୩କୋଲନରା ବ୍ଳକ ସ୍ଥିତ ଜଗଦମ୍ବା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଜାତୀୟ ସବୁଜ ବାହିନୀ ଆନୂକୁଲ୍ୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବିଭିନ୍ନ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିବା ସହ ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ଜନସଚେତନତା କରିଥିଲେ ।ବିଦ୍ୟାଳୟର ଇକୋ କ୍ଲବ ପରାମର୍ଶଦାତା ଶିକ୍ଷୟିତ୍ରୀ ମାଧୁରୀ ମହାଖୁଡଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ଶିକ୍ଷକ ଶ୍ରୀ ଧର୍ମେନ୍ଦ୍ର କାଦାମ୍ବାଲୁ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ଶ୍ରୀ ଅରବିନ୍ଦ ସ୍ବାଇଁ, ଧନଞ୍ଜୟ ବଗର୍ତ୍ତୀ, ଶିକ୍ଷୟିତ୍ରୀ ଝରଣା ବାଳା ବେଉରା, ଏମ ଅନିତା, ସନ୍ତୋଷିନୀ ତ୍ରିପାଠୀ, ତପସ୍ୱିନୀ ଜାକାକା ପ୍ରମୁଖ ଏହିକାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଶତାଧିକ ଫଳ ଓ ଔଷଧୀୟ ଗଛ ଲଗାଇ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ ।
ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା
