ବଡଗଡ ବନବିଭାଗ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ।
Date – 01.07.25Place – ସୋରଡ଼ା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ବଡ଼ଗଡ଼ ବନାଞ୍ଚଳ ରେ ପାଳିତ ହୋଇଛି 76 ତମ ବନ ମହୋତ୍ସବ ସପ୍ତାହ ।ଆଜିର ଏହି କାର୍ଯ୍ୟକ୍ରମରେ ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ ଉପସ୍ଥିତ ଥିବାବେଳେ ବିଜୁ ପଟ୍ଟନାୟକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମହାବିଦ୍ୟାଳୟ ର ଛାତ୍ର,ଛାତ୍ରୀ ଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଉପସ୍ଥିତ ରହିବା ସହ ସ୍ଵେଚ୍ଛାସେବୀ ,ସମାଜସେବୀ ଙ୍କ ସହ ବନ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ଓ ମା ପାଇଁ ଗୋଟିଏ ଗଛ ଲଗାଇବା ଓ ପଲିଥିନ ବ୍ୟବହାର ନକରି କପଡା ବ୍ୟାଗ ବ୍ୟବହାର କରିବାକୁ ସଚେତନ କରାଇଛନ୍ତି। ପଲିଥିନ ମୁକ୍ତ କରିବା ଲକ୍ଷରେ ଛାତ୍ର ଛାତ୍ରୀଙ୍କୁ ଶପଥ କରାଇଛନ୍ତି।ପୃଥିବି କୁ ସବୁଜ ସୁନ୍ଦର କରାଇବାକୁ ହେଲେ ଗଛ ଲଗାଇବା ନିତ୍ୟାନ୍ତ ଆବଶ୍ୟକ ବନ ବିଭାଗ ପକ୍ଷରୁ ପ୍ରତେକ ବର୍ଷ ଚାରା ରୋପଣ କରାଯଉଛି। ହାତକୁ ହାତ ମିଶାଇ ସମସ୍ତେ ଗଛ ଲଗାଇ ପୃଥିବୀକୁ ସବୁଜ ବନାନୀରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ।
