ଜଙ୍ଗଲ ନିଆଁ ଦମନ ସଚେତନତା ଶିବିର ଅନୁଷ୍ଠିତ

ଜଙ୍ଗଲ ନିଆଁ ଦମନ ସଚେତନତା ଶିବିର ଅନୁଷ୍ଠିତ l ବିଗତ କିଛି ଦିନ ହେବ ଆନନ୍ଦପୁର ସ୍ଥିତ କାଠକଟା ଜଙ୍ଗଲରେ ନିଆଁ ଲାଗିଥିଲା । ଏଥିରେ ପାଖାପାଖି ୧୦ ଏକରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜଳି ଯାଇଥିଲା । ବ୍ୟାପକ ବୃକ୍ଷଲତା ନଷ୍ଟ ହୋଇଛି। ବନ୍ୟପ୍ରାଣୀ ମାନଙ୍କର କାଦୁଆ ଆଉ ବାସସ୍ଥାନ ବ୍ୟାପକଭାବେ କ୍ଷୟକ୍ଷତି ହୋଇଛି।  ବିଭିନ୍ନ ସମୟରେ ସଚେତନତାର ଅଭାବ ଯୋଗୁ ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଛି ବୋଲି ପ୍ରକୃତି ବନ୍ଧୁ ତ୍ରିଲୋଚନ ସାହୁ କହିଛନ୍ତି । ଏହାକୁ ଆଖିଆଗରେ ରଖି ଶ୍ରୀ ସାହୁ ବିଭିନ୍ନ ସମୟରେ କାଠକଟା ଜଙ୍ଗଲ ଓ ଏହାର ନିକଟବର୍ତ୍ତୀ ଗ୍ରାମଗୁଡିକରେ ବ୍ୟାପକ ସଚେତନତା ସୃଷ୍ଟିକାରୀ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି । ବିଗତ କିଛି ବର୍ଷ ହେବ ଆନନ୍ଦପୁର ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲ ସ୍ଥାନରେ ଜଙ୍ଗଲ ନିଆଁ ବିଶେଷ ଭାବେ ଲାଗୁନଥିବା ନେଇ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଚଳିତବର୍ଷ କାଠକଟା ରେ ପ୍ରଥମ ଥର ବ୍ୟାପକ ରୂପେ ନିଆଁ ଲାଗିଥିଲା । ଜଙ୍ଗଲ ବିଭାଗ ଦ୍ଵାରା ଏହି ନିଆଁକୁ ଆୟତ୍ତ କରାଯାଇଥିଲା । ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁ କାଠକଟା ର ବିଭିନ୍ନ ସ୍ବେଛାସେବୀ ମହିଳା ଏବଂ ବୁଦ୍ଧିଜୀବିଙ୍କୁ ନେଇ ଜଙ୍ଗଲ ନିଆଁ ଓ ହାତୀ ମଣିଷ ବିବାଦ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଜଙ୍ଗଲ ନିଆଁ କୁ ରୋକିବାପାଇଁ  ଜଙ୍ଗଲ ପାଖାପାଖି ସ୍ଥାନୀୟ ଅଂଚଳର ଅଧିବାସୀ ମାନଙ୍କ ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଏହି ସଚେତନତାକୁ ବ୍ୟାପକ କରାଯିବ ବୋଲି ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ରାଜ୍ କିଶୋର ବାରିକ, ପ୍ରସନ୍ନ ନାହାକ, ରଞ୍ଜିତ ନାୟକ ଏବଂ ସୂଜୁନାପାଳ ଗ୍ରାମର ସତ୍ୟାନନ୍ଦ ନାୟକ, ସୁଶାନ୍ତ ଦେହୁରୀ ଓ ଟିକି ଦେହୁରୀ ପ୍ରମୁଖ  ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *