ବନ ଭୋଜି ହେଲା କାଳ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମେଡିକାଲ ପରିସର ମଧ୍ୟରେ ଆଜି ଅପରାହ୍ନ ସମୟ ରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଅଛି।ସୂଚନା ପ୍ରକାରେ ରବି ବାର ଦିନ ବିଦ୍ୟାଳୟ ବନ୍ଦ ଥିବା ସକାଶେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା 10 ରୁ11 ଜଣ ସାଙ୍ଗ ଏକତ୍ର ହୋଇ ସାରଙ୍ଗଡ ଥାନା ଗୁଞ୍ଜିବାଡି ପଞ୍ଚାୟତ ର ବାଦୁବାଡ଼ି କାଳୀପେନୁ ନଦୀ ନିକଟ କୁ ଭୋଜି କରିବାକୁ ଯାଇଥିଲେ।ଭୋଜି ଭାତ ସକାଶେ ପାଣି ର ଆବଶ୍ୟକ ପଡ଼ିବାରୁ ଆଭ୍ରାଂଶୁ ଶେଖର ପ୍ରଧାନ ପାଣି ଆଣିବା ସକାଶେ ଯାଇଥିବା ବେଳେ ଦୁର୍ଭାଗ୍ୟ ବଶତଃ ତାଙ୍କର ଗୋଡ଼ ଖସିଯିବା ଫଳ ରେ ନଦୀ ଗଣ୍ଡ ଭିତର କୁ ଖସି ପଡ଼ିଥିଲେ।ରାଇକିଆ ଅଗ୍ନିଶମ ବିଭାଗ ଖବର ପାଇ ତୁରନ୍ତ ଘଟଣା ସ୍ଥଳ ରେ ପହଞ୍ଚି ବହୁତ ଖୋଜାଖୋଜି କରିଥିଲେ ସୁଦ୍ଧା ଆଭ୍ରାଂଶୁ ଙ୍କ ର କୌଣସି ପତା ପାଇପାରିନଥିଲେ ଯାହାଫଳରେ ଷୋମବାର ଦିନ ଅର୍ଥାତ୍ ଆଜି ସକାଳୁ ସକାଳୁ ଫୁଲବାଣୀ,ବାଲିଗୁଡା,ରାଇକିଆ ଅଗ୍ନିଶମ ବିଭାଗ ର କର୍ମଚାରୀ ଙ୍କ ମିଳିତ ଉଦ୍ୟମ ରେ ବହୁତ ଖୋଜାଖୋଜି ପରେ ଅପରାହ୍ନ ପ୍ରାୟ ଚାରି ଘଣ୍ଟିକା ସମୟ ରେ ମୃତ ଶରୀର କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।ଘଟଣା ସ୍ଥଳ ରେ ପୋଲିସ ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ସକାଶେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହିତ ମୃତ୍ୟୁ କେଉଁ ଭଳି ଭାବେ ଘଟିଲା ତାହାର ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।ମୃତକ ଜଣକ ରାଇକିଆ ବଡାପାଟା ସାହିର କୃଷ୍ଣ ଚନ୍ଦ୍ର ପ୍ରଧାନ ଙ୍କ ଏକ ମାତ୍ର ପୁତ୍ର ବୋଲି ଜଣା ପଡିଛି।

Leave a Reply

Your email address will not be published. Required fields are marked *