ଜଙ୍ଗଲ,ଜୀବଜନ୍ତୁ ଓ ମାନବ ସଭ୍ୟତା
🔹ପ୍ରାବନ୍ଧିକ ନୂତନ କୁମାର ବେହେରା ଏ ସୁନ୍ଦର ପ୍ରକୃତି ସୃଷ୍ଟିରେ ଅନୁପମ। ସମଗ୍ରପ୍ରକୃତି ଭୂମିରୁ ଭୂମା ଅନ୍ତହୀନ ଭାବେ ବିସ୍ତୃତ।ଦୃଶ୍ୟମାନ ଯାହା ଆମ ଆଗରେ ପ୍ରତୀୟମାନସେ ସବୁ ପରିବେଶ। ଏ ପରିବେଶରେ ପ୍ରକୃତିଭାରସାମ୍ୟ ରଖିବାକୁ ହୁଏ ସନ୍ତୁଳିତ। ପ୍ରକୃତି ଭିତରେ ସୃଷ୍ଟ ଜୀବଜଗତ ମୁଖ୍ୟ।ଜୀବଜଗତ ଦୁଇ ଭାଗରେ ବିଭକ୍ତ :–ପ୍ରାଣୀଜଗତଓ ଉଦ୍ଭିଦଜଗତ। ଏ ଦୁଇ ଜଗତ ଓତପ୍ରତଃ ଭାବେଜଡ଼ିତ, ପରସ୍ପର ପରସ୍ପର ଉପରେ ନିର୍ଭରଶୀଳ।ଗୋଟିଏର ବ୍ୟତିରେକ ଅନ୍ୟଟିର ସ୍ଥିତି ଅସମ୍ଭବ।ଉଭୟେ ଉଭୟଙ୍କର ପରିପୂରକ। ଉଦ୍ଭିଦ ଜଗତ ମଧ୍ୟରେ ବୃକ୍ଷ, ଲତା, ଗୁଳ୍ମ ଆଦିପର୍ଯ୍ୟାୟଭୁକ୍ତ। ଏ ସବୁର ସମାହାରରେ ବେଷ୍ଟିତଅଞ୍ଚଳ ହେଉଛି ଜଙ୍ଗଲ। ଜଙ୍ଗଲରୁ ସୃଷ୍ଟି ହୁଏ ପ୍ରାଣୀଜଗତର ଜୀବନଧାରଣ ପାଇଁ ଖାଦ୍ୟ, ବସ୍ତ୍ର ଓପାନୀୟ। ରହିବା ପାଇଁ ବାସଗୃହର ଉପକରଣ।ଏତତ୍ ଭିନ୍ନ ବୃକ୍ଷଲତା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳଗ୍ରହଣ କରି ଅମ୍ଳଜାନ ତ୍ୟାଗ କରେ, ଯାହାପ୍ରାଣୀ ଜଗତର ଶ୍ଵାସକ୍ରିୟା ପାଇଁ ଏକାନ୍ତ ଜରୁରୀ।ଉଦ୍ଭିଦ ଶ୍ଵାସକ୍ରିୟା କରିବା ସଙ୍ଗେ ସଙ୍ଗେ ପ୍ରଚୁରପରିମାଣରେ ଜଳୀୟବାଷ୍ପ ତ୍ୟାଗ କରେ। ଫଳରେନିୟମିତ ବର୍ଷା ହୋଇଥାଏ। ଜଙ୍ଗଲ ଜୀବଜନ୍ତୁ, ଜମିଜଳ, ବାୟୁମଣ୍ଡଳକୁ ନିୟନ୍ତ୍ରଣ କରିଥାଏ। ଏହିଜଙ୍ଗଲ ହିଁ ସଭ୍ୟତାର କ୍ରମବିକାଶରେ ସହାୟକହୋଇଥାଏ। ଜଙ୍ଗଲ ବ୍ୟତିରେକ ନାହିଁ ମାନବସଭ୍ୟତାର ଅଗ୍ରଗତି। ଜଙ୍ଗଲ ଜୀବନରୁ ମଣିଷ ଭିନ୍ନ ଭିନ୍ନ ଜ୍ଞାନଆହରଣ କରି କୃଷିକାର୍ଯ୍ୟ ଆରମ୍ଭ କରିଥିଲା।ପରବର୍ତ୍ତୀ ପର୍ଯ୍ୟାୟରେ ଗୃହ ନିର୍ମାଣ କରି ବସତି ସ୍ଥାପନ କରିଥିଲା। କ୍ରମେ କ୍ରମେ ଗାଁ, ଗାଁରୁ ସହର,ସହରରୁ ନଗରୀ, ମହାନଗରୀ ଗଢି ଉଠିଲା।ଶିକ୍ଷା, ସଂସ୍କୃତି, କୃଷି, ସ୍ଵାସ୍ଥ୍ୟ, ବାଣିଜ୍ୟ ଆଦି ବହୁବିଭାଗରେ ବିଭକ୍ତ କରି ସଭ୍ୟତା ଆଜି ଆଗକୁଆଗେଇ ଚାଲିଛି। ସାରା ବିଶ୍ଵର ସହଯୋଗ ସହ-ଭାଗିତାରେ କ୍ଷମତାର ବିକେନ୍ଦ୍ରୀକରଣ କରାଯାଇସମୂହଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରାଯାଉଛି।ବିଶାଳ ଭୂଖଣ୍ଡ ସଂପର୍କର ରଜ୍ଜୁରେ ସଂକୁଚିତ ହୋଇଛି। ଆଜିର ଡିଜିଟାଲ୍ ପୃଥିବୀ ତାର ପ୍ରମାଣଦେଇ ସାରିଛି। ସୂଚନା ଓ ଯୋଗାଯୋଗ, ପ୍ରଯୁକ୍ତିଉନ୍ନତ ମାନ ଟେକ୍ନୋଲୋଜିରେ ମାନବର ଜୀବନବନ୍ଧା। ଏ ସବୁ ସତ୍ତ୍ବେ ଆଜିର ବିଶ୍ବ ଅସମାହିତ ସମସ୍ୟାରଘେରରେ। ସଭ୍ୟତାର ଅଗ୍ରଗତି କରି ଏକ ସୁନ୍ଦରଶୃଙ୍ଖଳିତ ଜୀବନ ଜିଇଁବାର ଯେଉଁ ସ୍ବପ୍ନ ଦେଖିଥିଲାପ୍ରକୃତିର ଅବକ୍ଷୟ ଫଳରେ ସେ ସବୁ ଧୂଳିସାତ୍ହୋଇ ଯାଉଛି। ଜୀବନ ହୋଇ ପଡୁଛି ସଂକଟାପନ୍ନ।ନାନା ସଂକ୍ରାମକ ମହାମାରୀର କବଳରେ ଆତଙ୍କିତପୃଥିବୀବାସୀ। ନା ନା ସମୟରେ ବାତ୍ୟା, ମହାବାତ୍ୟାର ମହାପ୍ରକୋପରେ ଚିଶ୍ଚିହ୍ନ ହେଉଛିଆସନ୍ତାକାଲିର ଭବିଷ୍ୟତ। ଜନବିସ୍ଫୋରଣ, ଦ୍ରୁତ ଶିଳ୍ପାୟନ, ରାସାୟନିକସାର୍ ଓ କୀଟ ନାଶକ ପ୍ରୟୋଗ, ଯୁଦ୍ଧ, କ୍ଷେପଣାସ୍ତ୍ରବ୍ୟବହାର ଆଜି ବହୁମାତ୍ରାରେ ପରିବେଶକୁପ୍ରଦୂଷିତ କରିଛି। ବିଭିନ୍ନ ମାରାତ୍ମକ ରୋଗସୃଷ୍ଟି ହେଉଛି। ସୁଖର ସନ୍ଧାନରେ ସଭ୍ୟତା ଅଣ-ନିଶ୍ଵାସୀ ହୋଇ ଧାଉଁଥିବା ବେଳ ବିନିମୟରେପାଉଛି ବହୁ ଯନ୍ତ୍ରଣା, ଆନନ୍ଦ ଅପସରି ଯାଉଛି।ଶଙ୍କା ସନ୍ଦେହର ଜାଲରେ ପଡି ମାନସିକତାରୁଗ୍ଣ ହୋଇ ପଡୁଛି। ଶାନ୍ତିମୟ ସଂସାରରେ ଅଶାନ୍ତି ସୃଷ୍ଟି ହେଉଛି।ମଣିଷ ତ୍ରାହି ତ୍ରାହି ଚିତ୍କାର କରି ବଞ୍ଚିବାକୁ ଚାହୁଁଛି।ମାତ୍ର ସେ ନିରୁପାୟ ଭାବେ ହନ୍ତସନ୍ତ ହୋଇଆଗରେ କେବଳ ମୃତ୍ୟୁକୁ ହିଁ ଦେଖୁଛି। ବୃକ୍ଷ, ଜଙ୍ଗଲ ଓ ସଭ୍ୟତା ମଧ୍ୟରେ ସମନ୍ବୟଆଉ ନାହିଁ। ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ଜଙ୍ଗଲ ଧ୍ବଂସ ଅନେକ ଜୀବଜନ୍ତୁ ଶିକାର ହୋଇ ଚାଲିଛି। ଜୀବଜନ୍ତୁ ପ୍ରତ୍ୟକ୍ଷ ପରୋକ୍ଷରେ ମାନବ ସେବାରେ ରହିଥାନ୍ତି। ମାତ୍ର ଏ କଥା ବୁଝି ମଧ୍ୟ ମଣିଷ ପଶୁ ପକ୍ଷୀ ଶିକାର କରି ଚାଲିଛି। ଜଙ୍ଗଲ ନଷ୍ଟ ହେବା ଦ୍ଵାରା ଅଧିକାଂଶ ସମୟରେ ବଣୁଆଁ ହାତୀ ସବୁ ଜନବସତି ମାନଙ୍କୁ ପଶି ଆସି ଧନ ଜୀବନ ବହୁ ପରିମାଣରେ କ୍ଷତି କରୁଛନ୍ତି । ବାଘ,ଭାଲୁ, ମାଙ୍କଡ଼ ଆଦି ମଧ୍ୟ ଆସୁଛନ୍ତି। ଅନେକ ପ୍ରଜାପତିର ପଶୁ ପକ୍ଷୀ ଏବେ ଆଉ ଦେଖା ଯାଉ ନାହାଁନ୍ତି। ପରିବେଶ ଦିନକୁ ଦିନ ଶୋଚନୀୟ ହୋଇ ପଡ଼ୁଛି।କୃତ୍ରିମ ଜଙ୍ଗଲ ସୃଷ୍ଟି କରିବାକୁ ବୃକ୍ଷରୋପଣ ମାଧ୍ୟମରେ ନାନା ଉଦ୍ୟମ ଜାରି ରହିଛି,ମାତ୍ର ଉପଯୁକ୍ତ ତତ୍ତ୍ଵାବଧାନ ଓ ସୁପରିଚାଳନା ବିନା ତା ଫଳବତୀ ହୋଇପାରୁନି ଅନେକାଂଶରେ। ଜୀବଜନ୍ତୁ ଜଙ୍ଗଲ ଆଧାରତରେ ହିଁ ଜୀବନ। ବୁଝି କଥାରେ ପ୍ରକାଶ କରୁଛି, ସଚେତନତା ବୃଦ୍ଧି ପାଇଁସ୍ଲୋଗାନ୍ ଦିଆ ଚାଲିଛି। ମାତ୍ର କୋଟି କୋଟିଜନସାଧାରଣ ଯେତେବେଳେ ଏଥିପାଇଁ ବ୍ୟସ୍ତନୁହଁନ୍ତି, ମୁଷ୍ଟିମେୟ ଉଦ୍ୟମୀ ସଚେତନ ଦାୟାଦଙ୍କକଠିନ ପରିଶ୍ରମ ଫସର ଫାଟି ଯାଉଛି। ସୁତରାଂ ବର୍ତ୍ତମାନ ଏକ ଆହ୍ବାନର ସମୟ,ସମୂହ ଜନସାଧାରଣ ଏ ଦିଗରେ ଯତ୍ନବାନ ନହେଲେ କେତେବେଳେ ଯେ ଏ ବିଶ୍ବ ଧ୍ବଂସହୋଇଯିବ ତାର କିଛି ଠିକ୍ ଠିକଣା ନାହିଁ। ଆସନ୍ତୁ ସଭିଏଁ ବୃକ୍ଷରୋପଣ କରିବା, ତାରଉପଯୁକ୍ତ ଯତ୍ନନେବା, ବୃକ୍ଷର ସମାହାରରେ ଜଙ୍ଗଲସୃଷ୍ଟି କରିବା। ବନ୍ୟଜନ୍ତୁ ସୁରକ୍ଷା ପାଇଁ ଏକ ମନ ପ୍ରାଣରେପ୍ରଚେଷ୍ଟା ଜାରି ରଖିବା ତାଙ୍କର ଉପଯୁକ୍ତ ଯତ୍ନ ନେବା।ଶିକାର ବନ୍ଦ କରିବା।ସ୍ଵଚ୍ଛ ସୁନ୍ଦର ପରିବେଶ ସଜାଇବା।ମାନବ ସଭ୍ୟତାକୁ ଅକାଳ ମୃତ୍ୟୁ ମୁଖରୁ ଉଦ୍ଧାରକରି ଏକ ସୁସ୍ଥ ବଳିଷ୍ଠ ସୁରକ୍ଷିତ ସଭ୍ୟତା ସୃଷ୍ଟି କରିବା। କାୟ ମନ ବାକ୍ୟରେ ଏକ ହେବା।ପ୍ରତିଟି କଥାକୁ କାର୍ଯ୍ୟରେ ପରିଣତ କରିବା।ତେବେ ଯାଇ ଭକ୍ତକବି ମଧୁସୂଦନ ରାଓଙ୍କରଚିତ ଉଦ୍ବୋଧନର ବାର୍ତ୍ତା ସାକାର ହେବ। ” କି ସୁନ୍ଦର ଆହା ! କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର”। କୋହି,ବାରିପଦା,ମୟୂରଭଞ୍ଜ ।
