ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ ରେ ନୂଆ ଓ ଛାତ୍ର ବୃତ୍ତି ପ୍ରମାଣ ପତ୍ର ବିତରଣ ସମାରୋହ
ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ ରେ ଓଡିଶା ରାଜ୍ଯ ସରକାର ଙ୍କ ପକ୍ଷରୁ ଆୟୋଜିତ ନୂଆ ଓ ଛାତ୍ର ବୃତ୍ତି ପ୍ରମାଣ ପତ୍ର ବିତରଣ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ,ନିତ୍ୟାନନ୍ଦ ମିଶ୍ର ଙ୍କ ସଭାପତିତ୍ବ ରେ ସମାହିତ ହୋଇଯାଇଅଛି ଉକ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ତଥା ଲୋକ ଭାଷା ପ୍ରଚାର ସମିତିର ସର୍ବ ଭାରତୀୟ ସଭାପତି ବିଶିଷ୍ଟ ସଂସ୍କୃତ ବିଦ୍ବାନ ପ୍ରଫେସର, ଡ,ସଦାନନ୍ଦ ଦୀକ୍ଷିତ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ ରାଜ୍ୟ ସରକାର ଙ୍କ ଏତାଦୃଶ କାର୍ଯ୍ୟକ୍ରମ ର ଭୂୟସା ପ୍ରଶଂସା କରିବା ସଂଗେ ସଂଗେ ଉକ୍ତ ଅର୍ଥ ରାଶି ସମସ୍ତ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ର ଉନ୍ନତି ରେ ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ, ମୁଖ୍ଯ ଅତିଥି ବିଶିଷ୍ଟ ଐତିହାସିକ ତଥା ସମାଜ ସେବୀ ପ୍ରଫେସର, ଡ,ଭାଗବତ ତ୍ରିପାଠୀ ,ରାଜ୍ଯ ସରକାର ଙ୍କୁ ଧନ୍ୟବାଦ ଜଣାଇବା ସଂଗେ ସଂଗେ ଛାତ୍ର ଛାତ୍ରୀ ମାନେ ଉକ୍ତ ଛାତ୍ର ବୃତ୍ତି ର ସଦ ବିନିଯୋଗ କରିବା ପାଇଁ ଆହ୍ବାନ ଜଣାଇଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ଯ ବକ୍ତା ,ଡ, ପ୍ରମୋଦ କୁମାର ନାୟକ ବିଶିଷ୍ଟ ଅତିଥି ଡ, କୃପାସିନ୍ଦୁ ନାୟକ ,ଗାୟତ୍ରୀ ମହାନ୍ତି, ଓ ମଞୁଲତା ମହାପାତ୍ର, ସମେତ ଅତିଥି ଯୋଗ ଦେଇ ସେମାନଙ୍କ ର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ ପ୍ରାରମ୍ଭ ରେ ଞାନ ଦେବ ଦାସ, ବୈଦିକ ମଙ୍ଗଳା ଚରଣ କରିଥିବା ବେଳେ ନୋଡାଲ ଅଫିସର ଶୁକଦେବ ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ ଏବଂ ଅକ୍ଷୟ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ମଧୁସୂଦନ ତ୍ରିପାଠୀ ଓ ଗୌରାଙ୍ଗ ଚରଣ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ର ଛାତ୍ରୀ ଅତିଥି ମାନଙ୍କ ହସ୍ତ ରୁ ଛାତ୍ର ବୃତ୍ତି ପ୍ରମାଣ ପତ୍ର ଗ୍ରହଣ କରିଥିଲେ
