ପୂର୍ବତନ ବ୍ଳକ ଅଧ୍ୟକ୍ଷ ଗଣିଆ ବ୍ଳକ ବିଜୁ ଜନତା ଦଳର ନୂତନ ସଭାପତି

ଗଣିଆ – ବିଜୁ ଜନତା ଦଳର ସୁପ୍ରିମୋ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଗଣିଆ ବ୍ଳକ ବିଜୁ ଜନତା ଦଳର ନୂତନ ସଭାପତି ଭାବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କୁ ମନୋନୀତ କରାଯାଇଛି । ଗଣିଆ ବ୍ଳକର ଜଣେ ଦକ୍ଷ ସଂଗଠକ ଭାବେ ଶ୍ରୀ ସ୍ୱାଇଁ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରି ସାରିଛନ୍ତି । ବ୍ଳକ ଅଧ୍ୟକ୍ଷ ଭାବେ ତାଙ୍କର ଜନହିତକର କାର୍ଯ୍ୟ ଆଜି ବି ଜନସାଧାରଣ ମନେ ପକାଉଛନ୍ତି । ତେବେ ଶ୍ରୀ ସ୍ବାଇଁ ନୂତନ ସଭାପତି ହେବା ପରେ ଗଣିଆ ବ୍ଳକ ବିଜୁ ଜନତା ଦଳର କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କର୍ମୀମାନେ ବିଜେଡି ସୁପ୍ରିମୋଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଦଳର କର୍ମୀଙ୍କୁ ଏକାଠି କରି ଆଗକୁ ବଢିବେ ବୋଲି ଶ୍ରୀ ସ୍ବାଇଁ ପ୍ରକାଶ କରିବା ସହିତ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *