ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆସିକା ଗସ୍ତ

ଆସିକା:-୩୦/୧୨/୨୦୨୪ ଗଞ୍ଜାମ ଜିଲ୍ଲା ଆସିକା ର କଇଫୁଲିଆ ରୁ ଡିପାଉଲ ସ୍କୁଲ ଅଞ୍ଚଳରେ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବୁଲି ଦେଖିଥିଲେ। ଶତାଧିକ କର୍ମକର୍ତ୍ତା ଓ ଚାଷୀ କୂଳ ହାତରେ ସଢା ଧାନ କେଣ୍ଡା ଧରି ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦେଖାଇଥିଲେ। ରାଜ୍ୟ ସଡ଼କ ପଥର ଦୁଇ ପାର୍ଶ୍ଵରେ ଶହ ଶହ କର୍ମ କର୍ତ୍ତା ଓ ଚାଷୀ ଛିଡ଼ା ହୋଇଥିଲା। ପୂର୍ବତନ ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ, ଲୋକ ସଭା ସାଂସଦ ଶ୍ରୀ ମତୀ ପ୍ରମିଳା ବିଷୋୟୀ ଓ ଅନେକ ବିଜେଡି କର୍ମୀମାନେ ଉପସ୍ଥିତ ରହି ନବୀନ ବାବୁଙ୍କୁ ପାଛୋଟି ବା ପାଇଁ ଅପେକ୍ଷା କରିଥିଲେ। ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ପାରମ୍ପାରିକ ମୃଦଙ୍ଗ, ଘଣ୍ଟ,କାହାଳି ଧରି ସଙ୍କୀର୍ତ୍ତନ କରି ନବୀନ ବାବୁଙ୍କୁ ପାଛୋଟି ନେଇଥିଲେ।

ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *