ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା କଲେ ମାଓବାଦୀ

Balliguda – 11/5/2023କନ୍ଧମାଳ ଜିଲ୍ଲା ର ମାଓ ଅଧିସୁତ ଅଞ୍ଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସୁବଳ କହଁର ଙ୍କୁ ଅତି ନିର୍ମମ ଭାବରେ ମାଓବାଦୀ ମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି I ମୃତ ସୁବଳ କହଁର ଏହି ସୁମେର ବନ୍ଧ ପଞ୍ଚାୟତ ଗଠନ ହେବା ପରେ ପଞ୍ଚାୟତ ର ପ୍ରଥମ ସରପଞ୍ଚ ଭାବରେ ଦାୟିତ୍ୱ ନେଇଥିଲେ I ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ମଧ୍ୟ୍ୟ ବହୁ ପ୍ରଚେଷ୍ଟା କରିଥିଲେ I ଯାହାପାଇଁ ମାଓବାଦୀଙ୍କ ଟାର୍ଗେଟ୍ ରେ ଥିଲେ ସୁବଳ I

ଅନେକ ଥର ସୁବଳ ଙ୍କୁ ମାଓବାଦୀ ମାନେ ଧମକ ମଧ୍ୟ୍ ଦେଇ ଆସୁଥିଲେ I ତେବେ ବୁଧବାର ରାତ୍ର ପ୍ରାୟ 9 ଟା ସମୟରେ ସୁବଳ ତାଙ୍କ ପରିବାର ସହ ତାଙ୍କ ପୈତୃକ ଗାଁ ସାଉଲି ପଡା ସ୍ଥିତ ନିଜ ଘରେ ସୋଇଥିବା ବେଳେ 10 ରୁ 15 ଜଣ ଶଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡ଼ାକିନେଇ ତାଙ୍କ ଘର ଅଗଣାରେ ହିଁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି I ଅନ୍ୟପଟେ ଘଟଣା ସ୍ଥଳରୁ ସୁମେରବନ୍ଧ ସିଆରପିଏଫ କ୍ୟାମ୍ପ ର ଦୂରତା ମାତ୍ର ଗୋଟିଏ କିଲୋ ମିଟର ହୋଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ତା ଥାଇ ମଧ୍ୟ୍ୟ ଏଭଳି ଘଟଣା କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଜନ ସାଧାରଣ I ତେବେ ଘଟଣା ଟି ଗତ କାଲି ରାତିରୁ ହୋଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କୌଣସି ପୋଲିସ ଅଧିକାରୀ କିମ୍ବା ସୁରାକ୍ଷା କର୍ମୀ ଘଟଣା ସ୍ଥଳରେ ପହଂଚି ନଥିବା ଜଣା ପଡିଛି I ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟରେ ବାତାବରଣ ସୃଷ୍ଟି ହୋଇଥିବା ବେଳେ ସାଉଲ ପଡା ଗାଁ ଭୟରେ ଜନ ଶୂନ୍ୟ ହୋଇଯାଇଥିବା ଜଣାପଡିଛି I

Leave a Reply

Your email address will not be published. Required fields are marked *