ରୋଗୀଙ୍କୁ କମ୍ବଳ ବାଣ୍ଟିଲେ ବାଲିଗୁଡା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର
ରୋଗୀଙ୍କୁ କମ୍ବଳ ବାଣ୍ଟିଲେ ବାଲିଗୁଡା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର । କନ୍ଧମାଳ ଜିଲ୍ଲା ବାଲିଗୁଡା ହାଇସ୍କୁଲ ର ୯୯ ବେଚର ମାଟ୍ରିକପାସ କରିଥିବା ଛାତ୍ର ମାନେ ଏକଅଭିନଵ ଉପାୟରେ ନବ ବର୍ଷ ପାଳନ କରିଛନ୍ତି । ମାଟ୍ରିକପାସ କଲା ପରେ ଛାତ୍ର ମାନେ ଅନ୍ୟତ୍ର ଯାଇ ଉଚ୍ଚ ଶିକ୍ଷା ଲାଭ କରି ବିଭିନ୍ନ ପଦବୀରେ ଚାକିରୀ କରି ବାହାରେ ରହି ଛନ୍ତି । ତେବେ ଯେଉଁ ଅଂଚଳର ହାଇ ସ୍କୁଲରେ ପାଠପଢି ମଣିଷ ହୋଇଛନ୍ତି ସେହିଅଂଚଳରେ ହିଁ କିଛି ଗୋଟିଏ ବଦାନ୍ୟତା ପୁର୍ଣ କାର୍ଯ୍ୟକରିବା ପାଇଁ ମେଳି ହୋଇ ନିଷ୍ପତି ନେଇଥିଲେ ।

ବାଲିଗୁଡା ଡାକ୍ତରଖାନରେ ଚିକତ୍ସା ଧୀନ ଥିବା ସମସ୍ତ ରୋଗୀ ମାନଙ୍କୁ ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ କରିଥିଲେ । ଡାକ୍ତର ଖାନାକୁ ସେମାନେ ରକ୍ତ ଦାନକରିବା ପାଇଁ ରକ୍ତଦାନ ଶିବିର ର ଆୟୋଜନ କରି ରକ୍ତ ସଂଗ୍ରହ କରିଥିଲେ । ଏଭଳି ବଦାନ୍ୟତା ପ୍ରଦର୍ଶନ ଦେଖାଇ ଅନ୍ୟ ଛାତ୍ରଛାତ୍ରୀ ଓ ସମାଜ ସେବିଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟିଛନ୍ତି । ଏହି ସବୁକାର୍ଯ୍ୟ ପାଇଁ ସର୍ବସାଧାରଣରେ ଛାତ୍ର ମାନେ ପ୍ରଶଂସିତ ହୋଇଥିବା ଦେଖିବାକୁ ମିଳୁଛି ।
