ଜଗତସିଂହପୁର ସ୍ଥିତ ଶ୍ରୀ କୃଷ୍ଣ ଏକାଡେମୀ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ
Date-09/01/26ଜଗତସିଂହପୁର ସଦର ସ୍ଥିତ ସର୍ବ ପୁରାତନ ଏସ କେ ଏକାଡେମୀ ବିଦ୍ୟାଳୟ ର 91 ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ତଥା ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଭାପତି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଶ୍ରୀକାନ୍ତ ତରାଇ, ମୁଖ୍ୟ ବକ୍ତା ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଦାସ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂ, ଛାତ୍ର ସଂସଦ ଉପ ସଭାପତି ନଟବର ବାରିକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ଅତିଥି ମାନଙ୍କ ଦ୍ୱାରା ପୁରାତନ ଛାତ୍ର ସଂସଦ କାର୍ଯ୍ୟାଳୟ ଉଦଘାଟନ, ପ୍ରାର୍ଥନା ଗୃହ, ସଭାଗୃହ, ଭୋଜନ ମଣ୍ଡପ ଓ ଏକ ସାଂସ୍କୃତିକ ମଞ୍ଚର ଶିଳାନ୍ୟାସ କରାଯାଇଥିଲା । ପରେ ଅବସର କାଳୀନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
