ବ୍ୟାସ ସରୋବର ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ଶିଳାନ୍ୟାସ

ଯାଜପୁର ରୋଡ଼ ବ୍ୟାସ ସରୋବର ଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଶିଲାନ୍ୟାସ କଲେ କୋରେଇ ବିଧାୟକ ଆକାଶ ଦାସନାୟକ l ମନ୍ଦିର ର ମୁଖ୍ୟ ପୂଜକ ପୀତବାସ ପତି ଶର୍ମା ପୂଜାର୍ଚ୍ଚନା କରିବା ପରେ ବିଧାୟକ ଶ୍ରୀ ଦାସନାୟକ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ l ସୂଚନା ଅନୁଯାୟୀ ବ୍ୟାସ ସରୋବର ଠାରେ ଥିବା ପୁରୁଣା ଜରାଜୀର୍ଣ୍ଣ ମନ୍ଦିରରେ ଶ୍ରୀ ଜଗନ୍ନାଥ ପୂଜା ପାଉଥିଲେ l ମନ୍ଦିର କମିଟି ପକ୍ଷରୁ ପୂର୍ବତନ ବିଧାୟକ ଅଶୋକ ବଳଙ୍କ ନିକଟରେ ନୂତନ ମନ୍ଦିର ନିର୍ମାଣ ପାଇଁ ସରକାରୀ ଅନୁଦାନ ମଞ୍ଜୁର କରିବାକୁ ଦାବି କରାଯାଇଥିଲା l ତତ୍କାଳୀନ ବିଧାୟକ ଶ୍ରୀ ବଳଙ୍କ ଉଦ୍ୟମରେ ୫ଟି ଯୋଜନାରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା l ଓ ଏହି ମନ୍ଦିର ପାଇଁ ମଞ୍ଜୁର ହୋଇଥିବା ଦେଢ଼ କୋଟି ଟଙ୍କାର କାର୍ଯ୍ୟ ଆରମ୍ଭ ହେଲା l ସେପଟେ ଏହି କାର୍ଯ୍ୟକ୍ରମରେ ପୌରା ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ବଳ, ସ୍ଥାନୀୟ କାଉନସିଲର, ମନ୍ଦିରର ସମସ୍ତକର୍ମକର୍ତ୍ତା ଙ୍କ ସମେତ ଅନେକ ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ

Leave a Reply

Your email address will not be published. Required fields are marked *