ବହୁ ପ୍ରତିକ୍ଷୀତ ପରେ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ର ଭିତ୍ତି ପ୍ରସ୍ତର ସ୍ଥାପନ

କାମାକ୍ଷାନଗର, -କାମାକ୍ଷାନଗର ଡିଗ୍ରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ବହୁ ପ୍ରତିକ୍ଷୀତ ପରେ ଶନିବାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି l ଡିଗ୍ରୀ ମହିଳା ମହାବିଦ୍ୟାଳୟ ର ଆଦିବାସୀ ଛାତ୍ରୀ ମାନଙ୍କ ସକାଶେ ଏକ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ସକାଶେ ପୂର୍ବ ସରକାର ଅମଳରୁ ଆସିଥିଲେ ହେଁ ଏହାର ସ୍ଥାନ ନିରୂପଣ ଓ ଜମି ର ମାପଚୁପାରେ ବିଳମ୍ବ ଯୋଗୁଁ ଏହି କାର୍ଯ୍ୟ ଆରମ୍ଭ କରିବାରେ ସମ୍ଭବ ହୋଇ ପାରିନଥିଲା l ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହେବା ପରେ ପୂର୍ତ୍ତ ବିଭାଗ ଦ୍ୱାରା ଦୁଇ କୋଟି ଛାୟଅଶି ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର କରାଯାଇ ବହୁ ବିଳମ୍ବରେ ସ୍ଥାନୀୟ ବିଧାୟକ ଶତ୍ରୁଘ୍ନ ଜେନା ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ l

ଆଦିବାସୀ ମାନଙ୍କ ସକାଶେ ଏହି ଛାତ୍ରୀ ନିବାସ ଶୀଘ୍ର ସଂପର୍ଣ୍ଣ ହୋଇ ପାରିବ ବୋଲି ବିଧାୟକ ଶ୍ରୀ ଜେନା ସୂଚନା ପ୍ରଦାନ କରିଥିଲେ l ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠୀ,କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ କିଶୋର ଦଳେଇ, ମହାବିଦ୍ୟାଳୟର ଅଧ୍ୟକ୍ଷା ରେଣୁକା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *