କୋରେଇ ବିଧାୟକଙ୍କ ଦ୍ୱାରା ଜହ୍ନା ଗ୍ରାମପଂଚାୟତର ୩ଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ

ବ୍ୟାସନଗର, ୦୧/୦୨ : ରବିବାର କୋରେଇ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ କରକମଳରେ ଜହ୍ନା ଗ୍ରାମପଂଚାୟତର ୩ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ପ୍ରଥମେ ମାନ୍ୟବର ବିଧାୟକ ଜହ୍ନା ଛକ ଠାରୁ ଏକ ବିଶାଳ ମଟର ସାଇକେଲ ପଟୁଆରରେ ଯାଇ ସକାଳ ୧୧ ଘଟିକା ସମୟରେ ଜହ୍ନା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ନିର୍ମାଣର ଶୁଭ ଭିତିପ୍ରସ୍ଥର ସ୍ଥାପନ କରିଥିଲେ । ତା’ପରେ ଜହ୍ନା ଖମଣ ନାଳର ପୁନରୁଦ୍ଧାର ଓ କୃଷକ ପାଦଚଲା ସେତୁ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହାପରେ ଦିବା ୧୨ ଘଟିକା ସମୟରେ ଜହ୍ନା ମା’ କଲ୍ୟାଣୀ ଦେବୀ ମନ୍ଦିର ଉନ୍ନତିକରଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ନାଳର ପୁନରୁଦ୍ଧାର ହେଲେ ଜହ୍ନା, ଖମଣ, ବଡବିରୁହାଁ ଗ୍ରାମପଂଚାୟତର କୃଷି କ୍ଷେତ୍ରକୁ ଜଳସେଚନ ହେବା ସହିତ କୃଷକ ମାନଙ୍କର ଉନ୍ନତି ହୋଇପାରିବ । ଉପସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ହେବା ଦ୍ୱାରା ଜହ୍ନା ପଂଚାୟତର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହୋଇପାରିବ । ଏହି ପ୍ରକଳ୍ପ ଗୁଡିକ ହେବା ଦ୍ୱାରା କୋରେଇ ନିର୍ବାଚନ ମଣ୍ଡଳୀର ବିକାଶରେ ଏକ ନୂତନ ଫର୍ଦ୍ଦ ଯୋଡିହେଲା । ଦିନକୁ ଦିନ କୋରେଇ ବିକାଶରେ ଅଗ୍ରଗତି ହେଉଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାସନାୟକ କହିଥିଲେ – ଆଗାମୀ ଦିନରେ କୋରେଇର ଗମନାଗମନ, ସ୍ୱାସ୍ଥ୍ୟସେବା, କୃଷିର ଉନ୍ନତି, ଶିକ୍ଷାର ଉନ୍ନତି ନିମନ୍ତେ ଅନେକ ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ଖୁବ୍‌ଶୀଘ୍ର ସ୍ଥାପନ କରାଯିବ । ଏହି ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ଜହ୍ନା ସରପଂଚ ଶ୍ରୀମତୀ ସଂଯୁକ୍ତା ସାହୁ, ଜହ୍ନା ସମିତି ସଭ୍ୟା ହେମଲତା ପାଢୀ, ଜହ୍ନା ପୂର୍ବତନ ସରପଂଚ ଚନ୍ଦ୍ରମଣି ବେହେରା, ଜହ୍ନା ଶକ୍ତିକେନ୍ଦ୍ର ସଭାପତି ଜଗଦିଶ ସାହୁ, ପ୍ରିତିରଞ୍ଜନ ସାହୁ, ଖରସ୍ରୋତା ମଣ୍ଡଳ ଯୁବ ସଭାପତି ଆଲୋକ ଦାଶ, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, ବରୁଣ୍ଡେଇ ସମିତି ସଭ୍ୟ ରଶ୍ମିରଞ୍ଜନ ପରିଡା, ପ୍ରକାଶ ଧଳ, ଅଯୋଧ୍ୟା ଜେନା, ଧନେଶ୍ୱର ବାରିକ, ପ୍ରିୟବ୍ରତ ସାହୁ, ସ୍ମୃତିରଞ୍ଜନ ପାତ୍ରୀ, ପ୍ରମୋଦ ଖୁଂଟିଆ, ରସାନନ୍ଦ ସାହୁ, ଗୌରପୁର ସରପଂଚ ସତ୍ୟାନନ୍ଦ ମହାପାତ୍ର, ପାଟରଙ୍ଗା ଗ୍ରାମପଂଚାୟତ ସରପଂଚ ରଞ୍ଜନ କୁମାର ଦାଶ, ରସୁଲପୁର ବ୍ଲକ୍ ବିଧାୟକ ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡା, ଦିପ୍ତିମୟୀ କୁଅଁର, ଏସ୍‌.କେ. ଜହଲ ଅଲ୍ଲୀ, ନିମାଇଁ ପାଲ, କୃଷ୍ଣଚନ୍ଦ୍ର ବେହେରା, ଉତ୍କଳ ବେହେରା, କୃଷ୍ଣଚନ୍ଦ୍ର ଦାଶ, ସୋମନାଥ ଦାଶ, ସହଦେବ ମଲ୍ଲିକ, ସରୋଜ ଖୁଂଟିଆ, ରାଜେନ୍ଦ୍ର ରାଉତ, ଗୋପାଳ ସେଠୀ, ବିଦ୍ୟାଧର ବେହେରା, ସଞ୍ଜୀବ ନାୟକ, ବୈତରଣୀ ମଣ୍ଡଳ ଯୁବ ସଭାପତି ମନୋଜ ଦାସ, ସୁବ୍ରତ ସ୍ୱାଇଁ, ପ୍ରଫୁଲ୍ଲ ମାଝୀ, ମନ୍ମଥ ଜେନା, ପ୍ରହଲ୍ଲାଦ ଜେନା, ଗୋପାଳ ସାହୁ, ଲକ୍ଷ୍ମୀଧର କରଣ, ଅଶୋକ ବାରିକ, ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *