କୋରେଇ ବିଧାୟକଙ୍କ ଦ୍ୱାରା ତାହାରପୁର ପଂଚାୟତରେ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ
କୋରେଇ, ୦୯/୦୨ : ସୋମବାର କୋରେଇ ବ୍ଲକ୍ ଅର୍ନ୍ତଗତ ତାହାରପୁର ଗ୍ରାମ ପଂଚାୟତ ତାହାରପୁର ଖେଳପଡିଆ ଠାରୁ ଏକ ବିଶାଳ ମଟର ସାଇକେଲ ରାଲିରେ କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ତେନ୍ତୁଲିଖୁଂଟା ଛକ ଠାରେ ପହଂଚିଥିଲେ । ସେଠାରେ ଗ୍ରାମ୍ୟ ଉନ୍ନୟନ (ବାରଦା) ଛକ ଠାରୁ ତେନ୍ତୁଲିଖୁଂଟା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ରାସ୍ତାର ଉନ୍ନତିକରଣ ନିମନ୍ତେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୫ କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । ଏହି ରାସ୍ତାର ଉନ୍ନତିକରଣ ହେବା ଦ୍ୱାରା ସାଦକପୁର, ତାହାରପୁର, ବ୍ୟାସନଗର ପୌରପରିଷଦରେ ନୂତନ ଭାବେ ନିର୍ମାଣ ହେଉଥିବା କୋର୍ଟକୁ ଗମନାଗମନର ସୁବିଧା ହୋଇପାରିବ । ଏହି ରାସ୍ତା ହେବା ଫଳରେ ପଂଚାୟତର ଲୋକମାନେ ବୁହତ ଖୁସି ଥିବାର ଅନୁମାନ କରାଯାଇଛି । କୋରେଇ ବ୍ଲକର ଗମନାଗମନ ବିକାଶରେ ଆଜି ଏକ ନୁତନ ଫର୍ଦ୍ଦ ଯୋଡି ହୋଇଥିଲା । ମାନ୍ୟବର ବିଧାୟକ ଆକାଶ ଦାସନାୟକଙ୍କ ଏହି ପ୍ରଚେଷ୍ଟାକୁ କୋରେଇ ବ୍ଲକ୍ର ଜନସାଧାରଣ ଭୂୟସୀ ପ୍ରଂଶସା କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସନାୟକ କହିଥିଲେ – ଆଗାମୀ ଦିନରେ କୋରେଇର ସମସ୍ତ ରାସ୍ତାଗୁଡିକୁ ସୁଦୃଢୀକରଣ କରାଯିବାର ବ୍ୟବସ୍ଥା କରାଯାଉଅଛି ।

ଏହି ଭିତିପ୍ରସ୍ତର କାର୍ଯ୍ୟକ୍ରମରେ ଶ୍ରୀମତୀ ନଳିନୀପ୍ରଭା ଯେନା, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ଯାଜପୁର, ବ୍ୟାସଦେବ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ଦିପ୍ତିମୟୀ କୁଅଁର, ପ୍ରିତିରଞ୍ଜନ ସାହୁ, ଚିନ୍ତାମଣି ରାଉତ, ଉଦୟ ନାୟକ, ନୀଳମାଧବ ଚକ୍ର ମାୟାଧର ଜେନା, ବ୍ରାହ୍ମଣୀଦେବୀ ମଣ୍ଡଳ ଭାପତି ରାକେଶ ଜେନା, ଗୋପାଳ ସାହୁ, ମନ୍ମଥ ଜେନା, ଗୌରପୁର ସରପଂଚ ସତ୍ୟାନନ୍ଦ ମହାପାତ୍ର, ଅଯୋଧ୍ୟା ଜେନା, ରଞ୍ଜନ ମହାନ୍ତି, ହିଂମାଶୁ ପାଢୀ, ଧନେଶ୍ୱର ବାରିକ, ପାଟରଙ୍ଗା ସରପଂଚ ରଞ୍ଜନ ଦାସ, ଶରତ ଜେନା, ପ୍ରତାପ ସାହୁ, ସୁବ୍ରତ ସ୍ୱାଇଁ, ସରୋଜ ରାଉତ, ତାହାରପୁର ପଂଚାୟତର ବୀରସେନ ସାହୁ, ଶରତ ଜେନା, ଚିନ୍ତାମଣି ରାଉତ, ଦୁଶାସନ ଆଏଚ, ସମିର ଜେନା, ମାୟାଧର ଜେନା, ଅମର ମଲ୍ଲିକ, ଗଣେଶ ନାୟକ, ସତ୍ୟାନନ୍ଦ ସାହୁ, ପ୍ରଫୁଲ୍ଲ ବୋଇତାଇ, ଆଶା ମହାନ୍ତି, ରାଜେନ୍ଦ୍ର ଗାହାଣ ପ୍ରମୁଖ ଯୋଗଦେଇଥିଲେ ।
