ବଡ଼ଚଣା ବିଧାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

.ବଡ଼ଚଣା : ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ କର କମଳରେ ବିଭିନ୍ନ ପଞ୍ଚାୟତ ରେ ଶୁଭ ଶିଳାନ୍ୟାସ ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଦର୍ପଣ ସ୍ଥିତ ଲାଲବାହାଦୁର ହାଇସ୍କୁଲ ଠାରେ ୧୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବେୟରେ ନୂତନ ଶ୍ରେଣୀଗୃହ ଉଦଘାଟନ,ପରେ ପରେ ବିଦ୍ୟାଳୟ ପରିସରରେ ସ୍ୱାଗତ ସମର୍ଦ୍ଧନା କାର୍ଯ୍ୟକ୍ରମ ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା,ଗ୍ରାମ୍ୟ ଉନ୍ନୟନ ବିଭାଗ ଚଣ୍ଡିଖୋଲ ପକ୍ଷରୁ ୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ବେୟ ରେ ଦର୍ପଣ ସ୍ଥିତ କୋଲସାହି ରାସ୍ତାର ରକ୍ଷାନ ବ୍ୟାକ୍ଷଣ ନିମନ୍ତେ ଶୁଭାରମ୍ଭ କରିଥିଲେ,ଗ୍ରାମ୍ୟ ଉନ୍ନୟନ ବିଭାଗର ଅନ୍ୟ ଏକ ରାସ୍ତା କାର୍ଯ୍ୟ କୁମାରଖାତ ରାସ୍ତାର ଉନ୍ନତି କରଣ ପାଇଁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବେୟର କାର୍ଯ୍ୟ କୁ ଶୁଭାରମ୍ଭ କରିଥିଲେ। ବନ୍ତଳା ପଞ୍ଚାୟତର ବରି-ଠେଙ୍ଗଡ଼ RD ରାସ୍ତା ଠାରୁ ଚାଉଳଥଳି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ଯାହା ୭ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଵେୟ ର ଉନ୍ନତି କରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ବିଧାୟକ,ବିଧାୟକଙ୍କ ସହ ଉପସ୍ଥିତ ଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଚଣ୍ଡିଖୋଲ ର ଦୁଇ ଯନ୍ତ୍ରୀ ଶୁଭ୍ରାଂଶୁ ଦାସ ଓ ଶୁଭଶ୍ରୀ ରାଉତ। ନିଜର ପ୍ରତିକ୍ରିୟା ରେ ବଡ଼ଚଣା ରେ ଗମନା ଗମନ ର ସମସ୍ୟା ରହିବନି,ବଡ଼ଚଣା ବିକଶିତ ହେଵ ବୋଲି କହିଥିଲେ ବିଧାୟକ ଶ୍ରୀଯୁକ୍ତ ନାୟକ।

Leave a Reply

Your email address will not be published. Required fields are marked *