ଅଭାବ ସମୟରେ ଶିଆଳି ପତ୍ର ଯୋଗାଉଛି ରୋଜଗାର
ଅଭାବ ସମୟରେ ଶିଆଳି ପତ୍ର ଯୋଗାଉଛି ରୋଜଗାର
- ବର୍ଷେ ହେଲା ମିଳୁନାହିଁ ମୂଲ ମଜୁରୀ
- ବର୍ଷା ପାଇଁ ହୋଇପାରୁନାହିଁ ଚାଷ
- ମାଗଣା ଚାଉଳ କେବଳ ଭରସା
- ଶିଆଳି ପତ୍ରର ଦରବୃଦ୍ଧି ପାଇଁ ଦାବି
ଫୁଲବାଣୀ:ନିପ୍ର:-୨୪/୦୭ (ରିପୋର୍ଟ- ବୈଦ୍ୟନାଥ ବେହେରା,କନ୍ଧମାଳ) ବହୁ ଆହ୍ୱାନ କାଳରୁ ଶିଆଳି ପତ୍ରର ଚାହିଦା ରହି ଆସିଛି l ବିଶେଷ କରି ଏହି ଶିଆଳି ପତ୍ରକୁ ଅନୁସୂଚିତଜାତି ଜନଜାତି ବର୍ଗର ଲୋକମାନେ ଅଧିକ ପସନ୍ଦ କରନ୍ତି ଏହି ପାତ୍ରରେ ଖାଇବା ପାତ୍ର ତିଆରି ନିଜ ନିଜ ଘରେ ବର୍ଷ ବର୍ଷ ଧରି ମାଳଗୁନ୍ଥି ରଖିଥାନ୍ତି l ନିୟମିତ ଭାତ ହେଉ କିମ୍ବା ପଖାଳ ହେଉ ଖାଇବା ପାତ୍ର ରେ ବ୍ୟବହାର କରିଥାନ୍ତି l ଏଠାରେ ଖାଦ୍ୟ ମଧ୍ୟ ସ୍ୱାଦିଷ୍ଟ ଲାଗିଥାଏ ଖାଇବା ପାଇଁ l ସେହିଭଳି ପ୍ରତ୍ୟେକ ଭୋଜି କାର୍ଯ୍ୟରେ ବ୍ୟବହାର ଥାନ୍ତି l ଦୁଃଖର କଥାଯେ ଜଙ୍ଗଲରୁ ଏହି ପତ୍ରକୁ ତୋଳିଆଣି ସିଲେଇ ପେଣ୍ଡାକାରି ବାନ୍ଧି ସାହୁକାର ପାଖକୁ ନେଇ ବିକ୍ରି କଲା ବେଳକୁ ପରିଶ୍ରମକୁ ଦେଖିଲେ ମୂଲ୍ୟ ସେହିଭଳି ହେଉ ନଥିବା ସଂଗ୍ରହକାରୀ ମାନେ କୁହନ୍ତି l ହେଲେ ମଧ୍ୟ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଆଜି ପର୍ଯ୍ୟନ୍ତ ଏହା ଉପରେ ନିର୍ଭର କରି ଚଳି ଆସୁଛନ୍ତି l ବିକ୍ରୟର ନିତି ନିୟମ ଉପରେ ଜାଣିବା ପାଇଁ ସଂଗ୍ରହ କାରି ମହିଳା ମାନଙ୍କୁ ପଚାରି ବୁଝିବାରୁ ଗୋଟିଏ କେରିରେ ୨୦ ଟି ପତ୍ର ରହୁଥିବା ବେଳେ ୨୫୦ କେରିରେ ଗୋଟିଏ ବଣ୍ଡଲ ଆଉ ସେହି ବଣ୍ଡଲର ମୂଲ୍ୟ ୨୦୦ ଟଙ୍କା ବୋଲି ପ୍ରକାଶ କରିଛନ୍ତି l ହିସାବରୁ ଯାହା ଜଣାପଡୁଛି ୫ ହଜାର ପତ୍ରକୁ ମାତ୍ର ୨ ସହଟଙ୍କା l ଏଥିରୁ ଅନୁମାନ ହେଉଛି ପରିଶ୍ରମ ଆଗରେ ମୂଲ୍ୟ କିଛିନାହିଁ l ସେମାନେ କହିବା କଥାଯେ ସାଧାରଣ ନିର୍ବାଚନ ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି ମୂଲ ମଜୁରୀ ମିଳୁନାହିଁ ଦିନେ ଓଳିଏ କାଁ ଭାଁ ମିଳିଛି ତାହା ଆମ ଲୁଣ ପାଇଁ ବି ନିଅଣ୍ଟ l ଅନ୍ୟ ପକ୍ଷରେ ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ ବର୍ଷା ଆରମ୍ଭ ହୋଇ ଗୋଟିଏଦିନ ମଧ୍ୟ ଛାଡିଲା ନାହିଁ ଧାନ ତଳି ପଡ଼ି ପାରିଲା ନାହିଁ କି ଚାଷ କାର୍ଯ୍ୟମଧ୍ୟ ହୋଇ ପାରୁନାହିଁ କେତେଦିନ ହାତବାନ୍ଧି ବସିବୁ ତେଣୁ ଶିଆଳି ପତ୍ରକୁ ଭରସା କରିଛୁ ବୋଲି ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡୁକୁମ୍ପା ପଞ୍ଚାୟତ ବଡଘରା,ବାଡ଼ିଗୁଡା, କାଳିଆମ୍ବା,ଜାମେଣି,ପାଣିଶାଳ ଅଞ୍ଚଳର ମହିଳା ମାନେ ଦୁଃଖର ସହିତ ପ୍ରକାଶ କରିଛନ୍ତି l ରେସନ କାର୍ଡରେ ଯେଉଁ ମାଗଣା ଚାଉଳ ମିଳୁଛି ସେଇଟା କେବଳ ଭରସା ଆଉ ଏହି ପତ୍ର ବିକି ଯାହା ପଇସା ମିଳୁଛି ତେଲ ଲୁଣ ବସ୍ତ୍ର ରେ ମେକାପ କରି ଚଳୁଛୁ ବୋଲି ତାଙ୍କଠାରୁ ଶୁଣିବାକୁ ମିଳିଛି ସେମାନେ ତାଙ୍କ ନାମ ଗୋପନରେ ରଖି ସମସ୍ତ ମତ ପ୍ରକାଶ କରିବା ସହିତ ଶିଆଳି ପତ୍ର ଓ ଖାଲିର ଆଉଟିକିଏ ମୂଲ୍ୟ ବୃଦ୍ଧି କରାଗଲେ ଆମେଗରିବ ପରିବାର ଏହାର ପରିଶ୍ରମର ମୂଲ୍ୟ ଉଚିତ ଭାବେ ମିଳି ପାରନ୍ତା ବୋଲି ସରକାରଙ୍କ ଠାରେ ଗଣମାଧ୍ୟମ ଦ୍ୱାରା ନିବେଦନ କରିଛନ୍ତି l
