ଛାତ୍ରୀଙ୍କ ବୃତ୍ତି ଠକେଇ ଅଭିଯୋଗ

ଛାତ୍ରୀଙ୍କ ବୃତ୍ତି ଠକେଇ ଅଭିଯୋଗ।
ଅଧ୍ୟାପିକାଙ୍କ ନାମରେ ମାମଲା ରୁଜୁ।
ନ୍ୟାୟ ଅପେକ୍ଷାରେ ଛାତ୍ରୀ।

ନିମାପଡା ( ) ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରଂ ବ୍ରହ୍ମ। ତସ୍ମିଶ୍ରୀ ଗୁରୁବେ ନମ। ମାତ୍ର ଏ ଗୁରୁ ଟିକିଏ ଅଲଗା। ଛାତ୍ରୀଙ୍କ ବୃତ୍ତି ଟଙ୍କା ହଡ଼ପ କରି ଗୁରୁଙ୍କ ନାମରେ ନିମାପଡା ଥାନାରେ ମାମଲା ରୁଜୁ ହୋଇଛି।ଏ ୱାଟସଅପ ଚାଟିଙ୍ଗ ବୟାନ ହିଁ କରୁଛି କିଭଳି ଭାବରେ ଅଧ୍ୟାପିକା ଜଣଙ୍କ ଛାତ୍ରୀଙ୍କୁ କହୁଛନ୍ତି ବ୍ୟାଙ୍କ ଆକାଉଣ୍ଟ ଚେକ କରି ଟଙ୍କା ମୋତେ ଦେଇ ଦିଅ। ଏବେ ଛାତ୍ରୀଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରିବାରୁ ଅଧ୍ୟାପିକାଙ୍କ ନାମରେ ମାମଲା ରୁଜୁ ହୋଇଛି। ଘଟଣାଟି ଘଟିଛି ନିମାପଡାରେ ଥିବା ଏକ ମହିଳା କଲେଜରେ। ବଟାନୀ ବିଭାଗର ଏଚ. ଡି ମାଡାମ ଜଣଙ୍କ ନିଜ ବିଭାଗରେ ପାଠ ପଢ଼ୁଥିବା ଛାତ୍ରୀ କାଜଲ ସେନାପତି, ସୁଶିଲା ଥାପାଙ୍କ ଅଜଣାତରେ କୋଣାର୍କ ମାଧିପୁର ସ୍ଥିତ ଏକ ନର୍ସିଙ୍ଗ କଲଜରେ ତାଙ୍କ ନାମ ଆଡ଼ମିସନ କରାଇ ଦେଇ ଥିଲେ। ସୁଶିଲା ଥାପା ଜେନେରାଲ କାଷ୍ଟ ହୋଇଥିବା ବେଳେ ସିଡୁଲ କାଷ୍ଟ ଦର୍ଶାଇ ନାମ ଲେଖାଇ ଥିବା ସୁଶିଲା ଅଭିଯୋଗ କରିଛନ୍ତି । ତେବେ ଘଟଣାଟି ସେତେବେଳେ ଜଣା ପଡିଥିଲା ଯେତେବେଳେ ଦୁଇ ଛାତ୍ରୀ ବୃତ୍ତି ଆବେଦନ କରିବାରେ ବାରମ୍ବାର ରିଜେକ୍ଟ ହେଲା। ଏବଂ ଜଣା ପଡିଥିଲା ଏକ ନର୍ସିଙ୍ଗ ସ୍କୁଲରେ ତାଙ୍କ ନାମ ଲେଖା ଯାଇଛି। ଏବଂ ସେଠାରୁ ଷ୍ଟାଇପେଣ୍ଡ ଟଙ୍କା ଆସୁଛି ସେହି ଟଙ୍କାକୁ ଅଧ୍ୟାପିକା ମାଡାମ ନେଇ ଯାଉଛନ୍ତି। ଏ ନେଇ ନିମାପଡା ଥାନାରେ ଛାତ୍ରୀ ଦୁଇଜଣ ଅଭିଯୋଗ କରିବାରେ ଅଧ୍ୟାପିକା ମାଡାମଙ୍କ ନାମରେ ମାମଲା ରୁଜୁ ହୋଇଛି। ତେବେ ଛାତ୍ରୀ ଦୁଇ ଜଣଙ୍କୁ ନ୍ୟାୟ ଦେବା ପାଇଁ ଦଳିତ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱରରେ କରା ଯାଇଥିବା ବେଳେ ପୁରୀ ଆଡିସିନାଲ ଏସପି ଘଟଣାର ତଦନ୍ତ କରୁଛନ୍ତି। ଛାତ୍ରୀ ଦୁଇଜଣଙ୍କ ଭବିଷ୍ୟତ ଏବେ ବିପଦରେ ଥିବାରୁ ଏହି ରାକେଟର ପର୍ଦାଫାଶ କରାଯାଇ ସମ୍ପୂକ୍ତ ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ଦାବୀ କରିଥିବା ବେଳେ ଛାତ୍ରୀ ଦୁଇ ଜଣ ନ୍ୟାୟ ଅପେକ୍ଷାରେ ଅଛନ୍ତି।

Leave a Reply

Your email address will not be published. Required fields are marked *