କୃଷି ଓ କୃଷକ ସଶକ୍ତିକରଣ ପାଇଁ ବିଧାୟକ ଙ୍କ ଦ୍ଵାରା ମାଗଣା ବିହନ ବଣ୍ଟନ

ନାରାୟଣ ଡାକୁଆ କୃଷି ଓ କୃଷକ କୁ ସଶକ୍ତ କରିବା ପାଇଁ ଓଡିଶା ସରକାର ଙ୍କ ବିଭିନ୍ନ ଯୋଜନା କରିଥିବା ବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ା କୃଷି କାର୍ଯ୍ୟାଳୟରେ କୃଷକ ମାନଙ୍କୁ ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଙ୍କ ଦ୍ଵାରା ରବି ଫସଲ ପାଇଁ ମାଗଣା ରେ ବିହନ ଯୋଗାଇଦେଉଥିବା ବେଳେ, ସୋରଡ଼ା ବ୍ଳକ କୃଷି କାର୍ଯ୍ୟାଳୟ ରେ ଆଜି କୃଷକ ମାନଙ୍କୁ ମାଗଣା ବିହନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି | ଏହି କାର୍ଯ୍ୟକ୍ରମ ଟି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଙ୍କ କରକମଳ ଆରମ୍ଭ କରାଯାଇଛି | TRF, TRFA, CRFM ଆଦି ସ୍କିମ ଦ୍ୱାରା ମୁଗ, ବିରି, ବାଦାମ, ସୂର୍ଯ୍ୟମୁଖୀ, ସୋରିଷ ଇତ୍ୟାଦି ରବି ଫସଲ ର ବିହନ ବଣ୍ଟନ କରାଯିବ ବୋଲି ସୋରଡ଼ା ଗୋଷ୍ଠୀ କୃଷି ଅଧିକାରୀ ପ୍ରଶାନ୍ତ ନାଥ ସୂଚନା ଦେଇଛନ୍ତି | ଏହି ଭଳି ସରକାର ଙ୍କ କୃଷକ ମାନଙ୍କ ଉନ୍ନତି ପ୍ରତି ସହଯୋଗର ହାତ ବଢ଼ାଇ ଥିବାରୁ କୃଷକ ମନରେ ଉତ୍ସାହିତ ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ବିଜେପି ନଗର ସଭାପତି V. ଜଗଦୀଶ ରାଜୁ,ଶିବ ଦିଗଲ,ଟୁକୁନା ଗୌଡ଼, ସରପଞ୍ଚ ଦେବରାଜ ମଳିକ ଉପସ୍ଥିତ ଥିବା ବେଳେ ସହକାରୀ କୃଷି ଅଧିକାରିଣୀ ସବିତା ରାଣୀ ସୋରେନ, VLE- ଅବଦ୍ୟ ପ୍ରଧାନ, ଶିକନ୍ଦର ମାଝୀ, ପତିତ କୁମାର ନାୟକ, D. ରବୀନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ |

ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *