ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ପୁରୀ ସଦର ବ୍ଲକ ପ୍ରତାପ ପୁର ପଂଚାୟତର କଣ୍ଡୁଆ ସ୍କୁଲରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଗୋପୀନାଥ ଦେବ ଜନସେବା ସମିତି ପକ୍ଷରୁ ଆୟୋଜିତ ଏହି ଚକ୍ଷୁ ଚିକିତ୍ସା ଶିବିର ଅନେକ ବ୍ୟକ୍ତିଙ୍କ ଆଖି ପରୀକ୍ଷା କରାଯିବା ସହ ଚିକିତ୍ସା ପାଇଁ ଔଷଧ ସମେତ ଚଷମା ପ୍ରଦାନ କରାଯାଇ ଥିଲା। ସେହିପରି ଦି ସର୍ଭିସ ଏଞ୍ଜୟ ସଂସ୍ଥା ପକ୍ଷରୁ ୮ଶହ ବୃଦ୍ଧଙ୍କ ମାସ୍କ ବଂଟନ କରାଯିବା ସହ କୋଭିଡରୁ କିଭଳି ରକ୍ଷା ପାଇହେବ ସେ ନେଇ ସଚେତନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଜୟ କୁମାର ସାହୁ, ସମାଜସେବୀ ତଥା ସାମ୍ବାଦିକ ଜୟକୃଷ୍ଣ ଦାସ , ଶିବସୁନ୍ଦର ସାହୁ , ସନ୍ଧ୍ୟା ରାଣୀ ଭଟ , ଝାନସୀ ରାଣୀ ମିଶ୍ର ଜଗତ ଜୀବନ ଶତପଥି , ଉଲ୍ଲାସ ଚନ୍ଦ୍ର ଜେନା ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *