ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
କୁଜଙ୍ଗ-୧୮/୧୦-ରାଜ୍ୟର ଅଗ୍ରଣୀ ଆଧ୍ୟାତ୍ମିକ ଓ ସାମାଜିକ ସେବା ସଂସ୍ଥାନ ” ଶକ୍ତି ଅରୁଣ ଟ୍ରଷ୍ଟ ” ତରଫରୁ ଶନିବାର ଦିନ କୁଜଙ୍ଗ ବ୍ଲକ କାଠକୋଟ ପଞ୍ଚାୟତର ପ୍ରସିଦ୍ଧ ଜଟାଧାରୀ ମହାପୁରୁଷ ପୀଠରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶକ୍ତି ଅରୁଣ ଟ୍ରଷ୍ଟ ଅଧ୍ୟକ୍ଷ ତଥା ସମାଜ ସୁଧାରକ ଜ୍ୟୋତିର୍ବିଦ ଡ଼ ଅରୁଣ କୁମାର ପାଣିଙ୍କ ପୌରହିତ୍ୟରେ ଏବଂ ଯୁବନେତା ପ୍ରଶାନ୍ତ ମହାପାତ୍ରଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ରାଣୀହାଟ ସ୍ଥିତ ” ତାରିଣୀ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ” ଦ୍ୱାରା ମାଗଣା ଚକ୍ଷୁ ପରୀକ୍ଷା ସହ ସାଧାରଣ ଲୋକଙ୍କୁ ଚଷମା ବଣ୍ଟନ କରାଯାଇଥିଲା । ଆଶ୍ରମ ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରାଯିବା ସହ ଆଗନ୍ତୁକ ଏବଂ ରୋଗୀମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ , ଅଖିଳ ଭାରତୀୟ ହିନ୍ଦୁ ସେବା ଦଳର ରାଜ୍ୟ ମହାସଚିବ ସଂଜୀବ କୁମାର ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ନାୟକ, ପବିତ୍ର ସ୍ୱାଇଁ, ଅସ୍ମିତା ମହାପାତ୍ର ପ୍ରମୁଖ ଯୋଗଦାନ କରିଥିବା ବେଳେ, ଶକ୍ତି ଅରୁଣ ଟ୍ରଷ୍ଟ ସଂଗଠନ ସମ୍ପାଦକ ସାରଦା ମଲ୍ଲ , ପ୍ରଳୟ ମହାପାତ୍ର , ବିଶ୍ବଜିତ ବେହେରା , ଅଚ୍ୟୁତ ଆଶୁତୋଷ, ଦେବେନ୍ଦ୍ର ସ୍ୱାଇଁ , ମଥୁରାନନ୍ଦ ପ୍ରଧାନ , ଆଲୋକ ରାଉତ , ରଞ୍ଜନ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାୟ ଶତାଧିକ ଚକ୍ଷୁ ରୋଗୀ ନିଜ ସମସ୍ୟା ସମାଧାନ ପାଇଁ ଶିବିରରେ ଯୋଗଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଶକ୍ତି ଅରୁଣ ଟ୍ରଷ୍ଟ ପରିବେଶ, ରାସ୍ତା ଓଲଟା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁଧାର ପାଇଁ କାର୍ଯ୍ୟ କରିଆସୁଛି।
