୨୦୩୦ ମସିହା ସୁଦ୍ଧା ଭାରତ ବାଲ୍ୟବିବାହ ମୁକ୍ତ ହେବ
୨୦୩୦ ମସିହା ସୁଦ୍ଧା ଭାରତ ବାଲ୍ୟବିବାହ ମୁକ୍ତ ହେବ
ଗଣିଆ – ଭାରତ ୨୦୩୦ ସୁଦ୍ଧା ବାଲ୍ୟବିବାହ ମୁକ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ବେଳେ ଜଷ୍ଟ ରାଇଟସ୍ ଫର୍ ଚିଲଡ୍ରେନର ସହଯୋଗୀ ଅନୁଷ୍ଠାନ ଭାବେ ଗଣିଆ ଉନ୍ନୟନ କମିଟି ତରଫରୁ ନୟାଗଡ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହିତ ବିଭିନ୍ନ ମଠ, ମନ୍ଦିର ପରିସରରେ ପୁରୋହିତ, ମନ୍ଦିର ପରିଚାଳନା କମିଟି, ମନ୍ଦିର ପୂଜକ ଗ୍ରାମ କମିଟିର ସଦସ୍ୟ ମାନଙ୍କୁ ନେଇ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶପଥ ପାଠ କରାଯାଇଥିଲା । ଓଡିଶାରେ ବାଲ୍ୟବିବାହ ହେଉଥିବା ଜିଲ୍ଲା ମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲା ତୃତୀୟ ସ୍ଥାନରେ ଥିବାରୁ ଜିଲ୍ଳାରେ ବାଲ୍ୟବିବାହ ମୁକ୍ତ କରିବାକୁ ହେଲେ ପ୍ରତ୍ୟକ ବର୍ଗର ଲୋକେ ସଚେତନ ହେବା ଆବଶ୍ୟକ ବୋଲି ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ଜଣାଇଥିଲେ । ଏହି ପରୀପ୍ରେକ୍ଷୀରେ ଗଣିଆ ରଘୁନାଥ ଜୀଉ ମନ୍ଦିର ପରିସରରେ ଆଜି ବାଲ୍ୟବିବାହ ମୁକ୍ତ କରିବା ପାଇଁ ଶପଥପାଠ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ଦିରର ପୂଜକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
