କଳିଙ୍ଗ ବୈଶ୍ୟ ମହିଳା ସଂଘର ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର

lକବିସୂର୍ଯ୍ୟନଗର, ()କବିସୂର୍ଯ୍ୟନଗର କଳିଙ୍ଗ ବୈଶ୍ୟ ମହିଳା ସଂଘ ଅନୁଷ୍ଠାନ ପକ୍ଷରୁ ବ୍ରହ୍ମପୁର ଶୀତଲାପଲ୍ଲୀ ଆଇ. ଏମ . ଏସ ଏବଂ ସମ ହସ୍ପିଟାଲ -3 ସହାୟତାରେ କଳିଙ୍ଗ ବୈଶ୍ୟ କୋଠଘର ପରିସରରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଶ୍ରୀରଘୁନାଥ ମନ୍ଦିରରେ ପୂଜା ଵିଧି ସମ୍ପନ୍ନ ପୂର୍ବକ ଶିବିରକୁ ବିଧିବଧ୍ୟ ଭାବେ ଶୁଭ ଉଦଘାଟନ କରିଥିଲେ ସମ ହସ୍ପିଟାଲ ନିର୍ଦ୍ଧେଶକ ଦେବପ୍ରସାଦ ଦାସ l ଶ୍ରୀମା ବାସବୀ କନ୍ୟକା ପରମେଶ୍ୱରୀ ଫୋଟ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପୂଜାର୍ଚନା କରିଥିଲେ ଅଞ୍ଚଳର ଉପଦେଷ୍ଟା ଗୋପାଳକୃଷ୍ଣ ସେନାପତି l ଶିବିରରେ ମୋଟ 300 ରୁ ଉର୍ଦ୍ଧ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା,ଚିକିତ୍ସା ପରାମର୍ଶ ଓ ଔଷଧ ବଣ୍ଟନ କରାଯାଇଥିଲା l ବିଭିନ୍ନ ବିଭାଗର ଅର୍ଥାତ ହୃଦରୋଗ, ୟୁରୋଲୋଜି, ଫିଜିଓଥେରୋପି, କର୍ଣ୍ଣନାସା ଓ ଗଳା, ଶିଶୁରୋଗ, ମେଡ଼ିସିନ ଆଦି 8 ଟି ବିଭାଗର ଭିଜ୍ଞ ଡାକ୍ତର ଯୋଗ ଦେଇଥିଲେ l ମେଡ଼ିସିନ ସହକାରୀ ପ୍ରଫେସର ଡ଼ା. ଅଯୋଧ୍ୟା ନାଥ ପାଢ଼ୀ, ଓ ଏଣ୍ଡ ଜି ସହକାରୀ ପ୍ରଫେସର ଡ଼ା. ସୁବାଶିଷ ପାଣିଗ୍ରାହୀ, ଡ଼ା. ସୁଜିତ ବେହେରା, ଡ଼ା. ଜୀବନ ପ୍ରଧାନ, ଡ଼ା. ରଞ୍ଜିତ ପାତ୍ର, ଡ଼ା. ବିଶ୍ୱଜିତ ସାମଲ, ଡ଼ା. କେ. ସ୍ନିଗ୍ଧା, ଡ଼ା. ପୁଷ୍ପାଞ୍ଜଳି ସାହୁ, ଶୁଭମ ମିଶ୍ର, କେ. ରବୀନାରାୟଣ ପାତ୍ର,ସୁବ୍ରତ ପ୍ରଧାନ,ଆଶ୍ରିବାଦ ପାତ୍ର, ଅର୍ଚନା ତ୍ରିପାଠୀ, ମନୋଲିସା ଜେନା, ପ୍ରଭୂପଦ ପରିଡା ପ୍ରମୁଖ ଭିଜ୍ଞ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫକୁ ଉପଢୌକନ, ପୁଷ୍ପଦେଇ ସ୍ୱାଗତ ଜଣାଇଥିଲେ ମହିଳା ସଂଘ କର୍ମକର୍ତ୍ତା l କାର୍ଯ୍ୟକ୍ରମରେ ବ୍ରହ୍ମପୁର ପ୍ରମେୟ ସଂସ୍କରଣର ଡିଜିଏମ ଅମ୍ବିକା ପ୍ରସାଦ ଦାସ,ବ୍ରହ୍ମପୁର ପ୍ରମେୟ ଜିଲ୍ଲା ପ୍ରତିନିଧି ପ୍ରହଲ୍ଲାଦ ସାହୁ ଓ ପ୍ରସାରଣ ବିଭାଗ ନବୀନ ପ୍ରଧାନ ଯୋଗ ଦେଇଥିଲେ l ସମସ୍ତ ଷ୍ଟାଫ ଉତ୍ତମ ସେବା ଯୋଗାଇଦେବା ସହ ଆଗାମୀ ଭବିଷ୍ୟତରେ ଏହି ସେବା ଜାରି ରହିବ ବୋଲି ନିର୍ଦ୍ଧେଶକ ଦେବପ୍ରସାଦ ଦାସ କହିଥିଲେ l କଳିଙ୍ଗ ବୈଶ୍ୟ ମହିଳା ସଂଘ ସଭାନେତ୍ରୀ ଇ. ଲଷ୍ମୀପ୍ରିୟା ପାତ୍ର, ଉପସଭାନେତ୍ରୀ କେ. ତପସ୍ୱିନୀ ପାତ୍ର, ସମ୍ପାଦିକା କେ. କନ୍ୟାକୁମାରୀ ପାତ୍ର, ଉପସମ୍ପାଦିକା ଚିଂ. ସଂଗୀତା ପାତ୍ର, କୋଷlଦକ୍ଷl ଗାୟତ୍ରୀ ସୁବୁଦ୍ଧି, ସହ କୋଷାଦୀକ୍ଷା ଇ. ଚାନ୍ଦିନୀ ପାତ୍ର ଓ ଅଂଚଳ ସମ୍ପାଦିକା ଏ. ରଶ୍ମିତା ପାତ୍ର ଓ ସଂଘ ସମସ୍ତ ସଦସ୍ୟା ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *