ପଙ୍ଗାତିରା ଗାଁରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

କାମାକ୍ଷାନଗରତାରିଖ-୧୦-୦୯-୨୦୨୫ଆଙ୍କର-ଢେଙ୍କାନାଳ ଜିଲା ମହାଵିରୋଡ଼ କେନ୍ଦୁପତ୍ର ରେଞ୍ଜ ତରଫରୁ ପଙ୍ଗାତିରା ମେଡ଼ିକାଲ ଠାରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ।ଏଠାରେ ମହାଵିରୋଡ଼ କେନ୍ଦୁପତ୍ର ରେଞ୍ଜ ଅଂଚଳରୁ ଶତାଧିକ ତୋଳାଳି ଓ ବନ୍ଧେଇ ଶ୍ରମିକ ସହିତ ଅନ୍ୟ ଲୋକମାନେ ମଧ୍ୟ ଏଠାରେ ଉପସ୍ଥିତ ରହି ନିଜର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଔଷଧ ନେଇଥିଲେ ।ହାତ ପାହାନ୍ତାରେ ସ୍ୱାସ୍ଥ୍ୟ ସେବା ପାଇଥିବାରୁ ଲୋକମାନେ ବେଶ ଖୁସି ହୋଇଥିଲେ ।ଏଠାରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।ଏଭଳିଆ କାମକୁ ଲୋକମାନେ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *