ଦରଦାଗ୍ରାମ ପାଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଦରଡାଗ୍ରାମ ପାଞ୍ଚାୟତ ର ମା’ଦୁଲାଦେବୀ ସାଂସ୍କୃତିକ ସମନ୍ୱୟ ସମିତି ର ସୁବର୍ଣ୍ଣ ଜୟନ୍ତୀ ଅବସରରେ କଟକ ନୂଆବଜାର ସ୍ଥିତ ଚିତ୍ରାହାଟ ହସ୍ପିଟାଲ ସହାୟତାରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସମନ୍ୱୟ ସମିତିର ସଭାପତି କ୍ଷିରୋଦଚନ୍ଦ୍ର ମାଝୀ, ସଂପାଦକ ଭାସ୍କର ଚନ୍ଦ୍ର ରାଉଳ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାପାତ୍ର ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ସେବା ଶିବିରରେ ଚିତ୍ରାହାଟ ହସ୍ପିଟାଲର ମୁଖ୍ୟ ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରିତିରଞ୍ଜନ ପରିଜାଙ୍କ ସହ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରିତା ଦାଶ, ପ୍ଲାଷ୍ଟିକ ସର୍ଜନ ଡାକ୍ତର ବିଷ୍ଣୁପଦ ନାୟକ, ମେଡ଼ିସିନ, ଛାତି, ଯକ୍ଷ୍ମା ବିଭାଗୀୟ ଡାକ୍ତର ପ୍ରଦୀପ୍ତ ବିଶ୍ୱାଳ ଓ ବିଭିନ ବିଭାଗୀୟ ଅଭିଜ୍ଞ ଡାକ୍ତର ମାନେ ଯୋଗ ଦେଇ ମୋଟ ୩୦୦ରୁ ଉର୍ଦ୍ଧ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାକରି ମାଗଣା ଔଷଧ ବଣ୍ଟନ କରିଥିଲେ। ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଲକ୍ଷ ହେଉଛି ଗ୍ରାମଞ୍ଚଳର ଜଣ ସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ସହରକୁ ଯାଇ ପାରୁନାହାନ୍ତି।ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାକୁ ଦୁଷ୍ଟିରେ ରଖି ଚିତ୍ରାହାଟ ହସ୍ପିଟାଲ ପ୍ରତିବର୍ଷ ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କରି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଥିବାର ଚିତ୍ରାହାଟ ହସ୍ପିଟାଲର ମୁଖ୍ୟ ଡାକ୍ତର ପ୍ରିତିରଞ୍ଜନ ପରିଜା କହିଛନ୍ତି। ଏହି ସ୍ୱାସ୍ଥ୍ୟ ସେବା ପାଇବା ନେଇ ଗ୍ରାମବାସୀ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।
ଜଗତସିଂହପୁର ରୁ ରୀତା ସାହୁ
