ମହୋଦଧି ମହାବୀର କ୍ଳବ ପକ୍ଷରୁ ନିଶୁକ୍ଳ ଅସ୍ଥିଶଲ୍ୟ ସେବା ଶିବିର ଅନୁଷ୍ଠିତ

ମହୋଦଧି ମହାବୀର କ୍ଳବ ପକ୍ଷରୁ ନିଶୁକ୍ଳ ଅସ୍ଥିଶଲ୍ୟ ସେବା ଶିବିର ଅନୁଷ୍ଠିତ lଆଜି ସକାଳ ୯ଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ମହୋଦଧି ମହାବୀର କ୍ଳବ ଏବଂ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସିଦ୍ଧାର୍ଥ ପ୍ରଧାନ ( AIIMS ) ମିଳିତ ଆନୁକୂଲ୍ୟରେ ୱାଟରୱାର୍କ୍ସ ରୋଡ଼ ସ୍ଥିତ ମହୋଦଧି ମହାବୀର କ୍ଲବ ପରିସରରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ଶିବିରରେ ଦୁଇଶହରୁ ଉର୍ଦ୍ଧ ରୋଗୀ ଆଣ୍ଠୁ, ଅଣ୍ଟା, ଗଣ୍ଠିବାତ,ମେରୁଦଣ୍ଡ,ହାଡଭଙ୍ଗା ଜନିତ ପୁରୁଣା ରୋଗ ଗୁଡିକର ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଚିକିତ୍ସିତ ହୋଇ ଔଷଧ ନେବା ସହିତ ଏକ୍ସରେ, ଏମଆରଆଇ ଏବଂ ବିଭିନ୍ନ ପରୀକ୍ଷା ଗୁଡିକ ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଅସ୍ଥିଶଲ୍ୟ ବିଭାଗ ସହିତ ଯୋଗାଯୋଗ କରି କରିପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଆର୍ଯ୍ୟକାନ୍ତ ପଟ୍ଟନାୟକଙ୍କ ଅଧକ୍ଷତାରେ ଉପସଭାପତି ଅଶୋକ କୁମାର ନାୟକ, ସମ୍ପାଦକ ଶୈଳେନ୍ଦ୍ର ପଟ୍ଟନାୟକ, ସହସମ୍ପାଦକ ତ୍ରିନାଥ ସାହୁ, କୋଡିନେଟର ଦେବେଶ ମହାନ୍ତି, ସନ୍ତୋଷ ବରାଳ, କୁଳପତି ପ୍ରଫେସର ହରିହର ହୋତା, ସଂଜୀବ କୁମାର ମୁଖାର୍ଜୀ, ଦିଲ୍ଲୀପ କୁମାର ଲେଙ୍କା, ପ୍ରଶାନ୍ତ କୁମାର ମହାନ୍ତି, ପୂର୍ବତନ କାଉଁସିଲର ଅମରେନ୍ଦ୍ର ପାଇକରାୟ,ମାନସ କୁମାର ଲେଙ୍କା ଓ ଶରତ କୁମାର ମହାରଣାଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିବା ସହିତ ଅନୁଷ୍ଠାନ ପକ୍ଷରୁ ଝିମିଲି ପଟ୍ଟନାୟକ ଡାକ୍ତର ସିଦ୍ଧାର୍ଥ ପ୍ରଧାନଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *